www.samajalive.in
Sunday, December 14, 2025
19.1 C
Bhubaneswar

ସାଇବର ଅପରାଧ ସଚେତନତା ଶୋଭାଯାତ୍ରା ଓ ସଭା, ‘ସଚେତନ ରୁହନ୍ତୁ-ସୁରକ୍ଷିତ ରୁହନ୍ତୁ’

କେନ୍ଦୁଝରଗଡ଼: ସାଇବର ଅପରାଧକୁ ରୋକିବା ଲକ୍ଷ୍ୟରେ ପବିତ୍ର ଗାନ୍ଧୀ ଜୟନ୍ତୀରୁ ଜିଲାବ୍ୟାପୀ ଆରମ୍ଭ ହୋଇଥିବା ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୩ ପରିପ୍ରେକ୍ଷୀରେ ରବିବାର କେନ୍ଦୁଝରରେ ଏକ ସଚେତନତା ଶୋଭୋଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଛି। ଜିଲା ପୁଲିସ ମୁଖ୍ୟାଳୟ ପରିସରରୁ ଆରମ୍ଭ ହୋଇଥିବା ସଚେତନତା ଶୋଭାଯାତ୍ରାକୁ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ବ୍ୟାଙ୍କ ଅଫ୍‍ ଇଣ୍ଡିଆ ଜୋନାଲ ମ୍ୟାନେଜର ହିମାଦ୍ରୀ ଶେଖର ଦାଶ, ଏଲଡିଏମ୍‍ ରବି ନାରାୟଣ ମହାଲିକ, ଉପନିର୍ଦ୍ଦେଶକ ସୂଚନା ଓ ଲୋକସର୍ମ୍ପ ସଞ୍ଜୀବ କୁମାର ବାରିକ, ସଦର ବିଡିଓ ବିକାଶ ଚନ୍ଦ୍ର ସାହୁ ଓ କେନ୍ଦୁଝରଗଡ ପୌର ନିର୍ବାହୀ ଡା.ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ସଚେତନତା ଶୋଭାଯାତ୍ରାକୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ସହର ପରିକ୍ରମ କରି ରିଜର୍ଭ ପୁଲିସ ପଡିଆ ଠାରେ ପହଞ୍ଚିବା ପରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସାଇବର ଠକେଇ ଓ ଅପରାଧ ସମ୍ପର୍କରେ ସାଧାରଣରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଏସପି କୁଶଲକର କହିଛନ୍ତି।

ସୁରକ୍ଷିତ ସାଇବାର ଓଡିଶା ଲକ୍ଷ୍ୟରେ ‘ସଚେତନ ରୁହନ୍ତୁ-ସୁରକ୍ଷିତ ରୁହନ୍ତୁ’ ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି କରିବା ସହ ଅକ୍ଟୋବର ୧୫ ତାରିଖ ପୂର୍ବାହ୍ନ ୧୦ଟାରେ ରିଜର୍ଭ ପୁଲିସ ପଡିଆରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ କୁଶଲକର ସୂଚନା ଦେଇଛନ୍ତି। ଯେକøଣସି ବ୍ୟକ୍ତି ସାଇବର ଠକେଇର ଶୀକାର ହେଲେ ବିଳମ୍ବ ନକରି ହେଲପ୍‍ଲାଇନ ନମ୍ବର ୧୯୩୦ ଯୋଗେ ତୁରନ୍ତ କଲ କରିବା ସହ ଆବଶ୍ୟକସ୍ଥଳେ www.cybercrime.gov.in ଯୋଗେ ଲଗଇନ କରି ସୂଚନା ଦେବାକୁ ଆରକ୍ଷୀ ଅଧିକ୍ଷକ ପରାମର୍ଶ ଦେଇଛନ୍ତି। ବିଶେଷକରି କିଭଳି ସାଇବର ଅପରାଧରୁ ସୁରକ୍ଷିତ ରହିବେ, ସୋସିଆଲ ମିଡିଆ ବ୍ୟବହାରକ୍ଷେତ୍ରରେ ସତର୍କତା ଅବଲମ୍ବନ, ପିଲାଙ୍କୁ କିଭଳି ସାଇବର ଅପରାଧରୁ ସୁରକ୍ଷିତ ରଖିବେ, ଆର୍ଥୀକ କାରବାର ସମୟରେ ସତର୍କତା ଅବଲମ୍ବନ କରିବା, ଅନ୍‍ଲାଇନ ସପିଂରେ ସତର୍କତା, କେୱାଇସି, ଆଧାର ଓ ପାନ କାର୍ଡ ସମ୍ପର୍କିିତ ଠକେଇ, ନିଯୁକ୍ତି ଠକେଇ, ଋଣ ଆପ ଠକେଇ, ମାଟ୍ରିମୋନିଆଲ ବା ଉପହାର ଠକେଇ, ଅଜଣା ନମ୍ବରୁ ଆସିଥିବା କଲ କିମ୍ବା ସିମ୍‍ସ୍ୱାପ୍‍ ଠକେଇ, ଟାସ୍ୱାର ସ୍ଥାପନ ନାମରେ ଠକେଇ, ଓଏଲଏକ୍ସ ଠକେଇ ଭଳି ଘରୋଇ ସତର୍କତା କିଭଳି ଅବଲମ୍ବନ କରିବେ ସେ ସମ୍ପର୍କରେ ମଞ୍ଚାସୀନ ଅତିଥିଗଣ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

- Advertisement -

ସାମ୍ପ୍ରତିକସ୍ଥିତିରେ ଛାତ୍ରଛାତ୍ରୀ ବିଶେଷଭାବେ ସାଇବର ଠକେଇର ଶୀକାର ହେଉଥିବାରୁ ସେମାନେ କିଭଳି ଇଣ୍ଟରନେଟ୍‍ ସୁରକ୍ଷା ଅଭ୍ୟାସ, ଇଣ୍ଟରନେଟ୍‍ ବ୍ୟବହାରର ନୈତିକ ନିୟମ, ସୋସିଆଲ ମିଡିଆ ବ୍ୟବହାରକ୍ଷେତ୍ରରେ ସତର୍କତା, ଗେମିଙ୍ଗ ଆପ୍ଲିକେସନ ବ୍ୟବହାରକ୍ଷେତ୍ରରେ ସତର୍କତା, ଆର୍ଥୀକ କାରବାରଜନିତ ସୁରକ୍ଷା, ଶିଶୁ ପର୍ନୋଗ୍ରାଫି, ପ୍ରତିଶୋଧମୂଳକ ପର୍ନୋଗ୍ରାଫି, ରିପୋର୍ଟିଙ୍ଗ ବା ସୂଚନା ପ୍ରଦାନ କରିବା ଆଦି ସମ୍ପର୍କରେ ବିଶେଷଭାବେ ଅବଗତ ହେବାପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସ୍ୱତନ୍ତ୍ର ମାର୍ଗଦର୍ଶିକା ସମ୍ପର୍କରେ ସମସ୍ତେ ଅବଗତ ହୋଇ ନିଜେ ସତର୍କ ରୁହନ୍ତୁ ଓ ସୁରକ୍ଷିତ ରହି ସାଇବର ଅପରାଧର କଡା ମୁକାବିଲା କରିବାକୁ ଏହି ଉପଲକ୍ଷେ ଆୟୋଜିତ ସଭାରେ ମଞ୍ଚାସୀନ ଅତିଥିଗଣ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଆୟୋଜିତ କୁଇଜ୍‍ ପ୍ରତିଯୋଗିତାର କୃତୀ ପ୍ରତିଯୋଗି ଓ ମାରାଥନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ଟାଉନ ଥାନା ଅଧିକାରୀ ସୁନୀଲ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ବହୁ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories