ବିଶ୍ବକପ କ୍ରିକେଟ: ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଲା ଭାରତ, ବିଜୟରୁ ଅଭିଯାନ ଆରମ୍ଭ

ବିରାଟ ଓ ରାହୁଲଙ୍କ ଲଢୁଆ ବ୍ୟାଟିଂ

ଚେନ୍ନାଇ : ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ୬ ୱିକେଟରେ ଏକ ଲଢୁଆ ବିଜୟ ସହ ନିଜର ବିଶ୍ବକପ ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ। ଅଷ୍ଟ୍ରେଲିଆ ସମସ୍ତ ୱିକେଟ ହରାଇ ୪୯.୩ ଓଭରରେ ୧୯୯ ରନ କରିଥିବାବେଳେ ଭାରତର ୪୧.୨ ଓଭରରେ ୪ ୱିକେଟ ବିନିମୟରେ ୨୦୧ ରନ କରି ବିଜୟ ହାସଲ କରିଛି। ପ୍ରାରମ୍ଭିକ ମ୍ୟାଚରେ ଭାରତର ଦମଦାର ବିଜୟ ହାସଲ କରିଥିବାବେଳେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଛି।

prayash

ଆଜିର ମ୍ୟାଚରେ ଅଷ୍ଟ୍ରେଲିଆର ଶକ୍ତିଶାଳୀ ବୋଲିଂ ଆଗରେ ରୋହିତ ଶର୍ମା, ଇଶାନ କିଷନ ଓ ଶ୍ରେୟସ ଆୟର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ଆତ୍ମସର୍ମପଣ କରିଥିଲେ। ମାତ୍ର ୨ ରନରେ ୩ଟି ୱିକେଟ ହରାଇ ଭାରତ ସଂକଟରେ ପଡ଼ିଯାଇଥିଲା। ଏହାପରେ ବିରାଟ କୋହଲି ଓ କେଏଲ ରାହୁଲ ଲଢୁଆ ବ୍ୟାଟିଂ କରି ଦଳକୁ ମଜଭୁତ ସ୍ଥିତିକୁ ନେଇଯାଇଥିଲେ। ବିରାଟ କୋହିଲି ୮୫ ଓ ରାହୁଲ ଅପରାଜିତ ୯୭ ରନ କରିଥିଲେ। ଭାରତ ବିଜୟୀ ହେବା ପରେ କେଏଲ ରାହୁଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା।

ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପରମ୍ୟାଚରେ ଭାରତୀୟ ସ୍ପିନରଙ୍କ କମାଲ ଦେଖାଇ  ଅଷ୍ଟ୍ରେଲିଆ ଦଳକୁ ୧୯୯ରେ ସୀମିତ ରଖିବାରେ ସଫଳ ହୋଇଥିଲେ ଏବଂ ୪୯.୩ ଓଭରରେ ୧୯୯ ରନ୍ କରି ଅଷ୍ଟ୍ରେଲିଆ ଦଳ ଅଲଆଉଟ ହୋଇଯାଇଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆର କୌଣସି ବ୍ୟାଟ୍ସମ୍ୟାନ ୫୦ ରନ ଟପି ପାରି ନାହାନ୍ତି। ଜାଡେଜାଙ୍କୁ ୩, କୁଲଦୀପଙ୍କୁ ୨ ଓ ଅଶ୍ବିନୀଙ୍କୁ ଗୋଟିଏ ୱିକେଟ। ବୁମରାଙ୍କୁ ୨, ସିରାଜ ଓ ହାର୍ଦ୍ଦିକଙ୍କୁ ଗୋଟିଏ ଲେଖାଏଁ ୱିକେଟ।
ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଭାରତୀୟ ବୋଲିଂ ଆଗରେ ଆତ୍ମସମର୍ପଣ କରିଛି ଶକ୍ତିଶାଳୀ ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଦଳ ମାତ୍ର ୧୯୯ ରନରେ ଅଲଆଉଟ୍ ହୋଇଯାଇଥିଲା ଓ  ଭାରତ ଆଗରେ ୨୦୦ ରନର ଟାର୍ଗେଟ ଦେଇଥିଲା।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ କୌଣସି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଟି ପାରିନଥିଲେ। କେବଳ ଷ୍ଟିଭେନ ସ୍ମିଥ ସର୍ବାଧିକ ୪୬ ରନ ଓ ଡେଭିଡ୍ ୱାର୍ନର ୪୧ରନ କରିଥିଲେ। ମିଚେଲ ଷ୍ଟାର୍କ ୨୮ରନ କରିଥିବାବେଳେ ଗ୍ଲେନ ମାକ୍ସଓ୍ବେଲ ଓ ପାଟ୍ କମିନ୍ସ ୧୫ ରନ ଲେଖାଏଁ କରିଥିଲେ।

Comments are closed.