ଚୌଦ୍ୱାରରେ ଶେଷ ହେଲା ଗଣେଶ ଭସାଣ

ଚୌଦ୍ୱାର : ଚୌଦ୍ୱାର ସହର ଓ ଏହା ଆଖପାଖ ଅଞ୍ଚଳରେ ନିର୍ମିତ ହୋଇ ଗଣେଶ ଚତୁର୍ଥୀ ଠାରୁ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ସିଦ୍ଧିଦାତା ଗଣେଶଙ୍କ ଭସାଣ ଉତ୍ସବ ରବିବାର ଶେଷ ହୋଇଛି । ଭସାଣ ଉତ୍ସବର ତୃତୀୟ ରବିବାରରେ ଚୌଦ୍ୱାରରେ ମୋଟ ୪୩ଟି ମେଢ଼ ଭସାଣ କରାଯାଇଛି । ବିଭିନ୍ନ କ୍ଲବ୍ ତରଫରୁ ଗଣେଶଙ୍କୁ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରାଯାଇ ବିରୂପା ନଦୀ କୂଳରେ ନିର୍ମିତ ଅସ୍ଥାୟୀ ଜଳାଶୟ ସମେତ ବିଭିନ୍ନ ଅଞ୍ଚଳରେ ନିର୍ମିତ ଅସ୍ଥାୟୀ ପୋଖରୀ ଗୁଡ଼ିକରେ ବିସର୍ଜନ କରାଯାଇଛି। ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ଯୁବଗୋଷ୍ଠୀ ଉଦ୍ଦାମତାର ସହ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଗତ ୨ ରବିବାରରେ ୬୦ରୁ ଅଧିକ ମେଢ଼ ଭସାଣ ହୋଇଥିବାବେଳେ ପରମ୍ପରା ଅନୁଯାୟୀ ଚଳିତ ରବିବାରରେ ଘାଣ୍ଟ ଗଣେଶ ମାନଙ୍କୁ ଭସାଣ କରାଯାଇଛି। ଭସାଣ ଶୋଭାଯାତ୍ରକୁ ନିୟନ୍ତ୍ରଣ କରିବା ପାଇଁ କମିସନରେଟ ପୁଲିସ ତରଫରୁ ବିଭିନ୍ନ ଛକ ଓ ରାସ୍ତାରେ ଫୋର୍ସ ମୁତୟନ କରାଯିବା ସହିତ ମେଢ଼ ଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଆଗକୁ ବଢ଼ିବାର ବ୍ୟବସ୍ଥା କରାଯାଥିଲା। ଆଇଆଇସି ବିଶ୍ୱ ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାତି ୧୦ଟା ଭିତରେ ସମସ୍ତ ମେଢ଼ ବିସର୍ଜିତ ହୋଇଥିଲେ।

Comments are closed.