www.samajalive.in
Monday, December 15, 2025
24.1 C
Bhubaneswar

ଏନଏସି ଅଞ୍ଚଳରେ ବିଜେଡିର ଜନସଂପର୍କ ପଦଯାତ୍ରା

ଆଠଗଡ :  ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର କୋଣ ଅନୁକୋଣରେ ଗତ ୨ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା ଆୟୋଜିତ ହେଉଛି । ଏହି ପରିପ୍ରେକ୍ଷୀରେ ଆଠଗଡ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଠଗଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଓ ଆଠଗଡ ଏନଏସିରେ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି । ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ ଏହି ଜନସଂପର୍କ ପଦଯାତ୍ରାକୁ ଗତ ୨ତାରିଖରେ ଆନୁଷ୍ଠାନିକ ଭାବେ ଉଦ୍‌‌ଘାଟନ କରିଥିଲେ। ବୁଧବାର ଆଠଗଡ ଏନଏସି ଅଞ୍ଚଳରେ ଦଳ ପକ୍ଷରୁ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏନଏସି ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହଙ୍କ ନେତୃତ୍ୱରେ ରଥଗଡା ଛକଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା କାଳରେ ବିଭିନ୍ନ ସାହି, ବସ୍ତି ଓ ଛକଗୁଡିକରେ ପଥପ୍ରାନ୍ତ ସଭା ମାଧ୍ୟମରେ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ପୁଅ ତଥା ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ଏଥିରେ ଯୋଗଦେଇ ବିଜୁ ଜନତା ଦଳ ଦୀର୍ଘ ୨୫ବର୍ଷ ଧରି ଓଡିଶାବାସୀଙ୍କ ସେବାରେ ଉତ୍ସର୍ଗୀକୃତ ହୋଇ ରାଜ୍ୟର ସାଢେ ଚାରି କୋଟି ଲୋକଙ୍କ ବିଶ୍ୱାସ ଭାଜନ ଓ ଆସ୍ଥାର ପ୍ରତୀକ ହୋଇପରିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ବିଶାଳ ଜନ ସଂପର୍କ ଶୋଭାଯାତ୍ରା ରଥଗଡା ଛକରୁ ବାହାରି ଗଦାସାହି ଛକ, ଗୋପବନ୍ଧୁ ଛକ, ପୁରୁଣା ବସ୍‌‌ଷ୍ଟାଣ୍ଡ ଦେଇ ରାଧାନାଥପୁର ଶାସନ, ରାସରସିକପୁର, ଝରଣ ଛକ ଓ ମେଡିକାଲ ରାସ୍ତାରେ ଯାଇ କନ୍ତୋଲର ୫ଟି ଯାକ ୱାର୍ଡ ପରିକ୍ରମା କରିବା ପରେ ଦକ୍ଷିଣ ଚଣ୍ଡୀ ମନ୍ଦିର ନିକଟରେ ସମାପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଠଗଡ ପୌରଧ୍ୟକ୍ଷା ସସ୍ମିତା ରାଉତ, ଉପାଧ୍ୟକ୍ଷ ବି. ଶୁଭ୍ରଶଙ୍କର ଜ୍ୟୋତି, ଯୁବ ନେତା ପ୍ରକାଶ ରାଉତ, ପୂର୍ବତନ ନଗରପାଳ ସୁଚିତ୍ରା ସାହୁ ଓ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ଜିଲ୍ଲା ସାଧାରଣ ସଂପାଦକ ପ୍ରଦୀପ୍ତ ଦାସ, ଯୁବ ବିଜେଡି ସଭାପତି ଶିବଶଙ୍କର ଜେନା, ରାକେଶ ଦାଶ, ଛାତ୍ରନେତା ମହମ୍ମଦ ଖାଲିଦ, ମହିଳା ବିଜେଡି ଜିଲ୍ଲା ସଂପାଦିକା ରଞ୍ଜିତା ଭକ୍ତା, ନିଜିଗଡ ସମବାୟ ସମିତି ସଭାପତି ରଶ୍ମିତା ସାହୁ, ପୂର୍ବତନ ଉପନଗରପାଳ ଲଳିତ ମୋହନ ନାୟକଙ୍କ ସମେତ ୧୭ଟି ୱାର୍ଡର କାଉନସିଲର ଏବଂ ବହୁ ଦଳୀୟ କର୍ମୀ ଓ ସମର୍ଥକ ଏଥିରେ ଯୋଗଦେଇଥିଲେ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories