www.samajalive.in
Sunday, December 14, 2025
23.1 C
Bhubaneswar

କୃଷି ସୂଚନା ପରାମର୍ଶ କେନ୍ଦ୍ରର ବାର୍ଷିକ ଅଧିବେଶନ

ଆଠଗଡ : ଆଠଗଡ ବ୍ଲକ କୃଷି ସୂଚନା ପରାମର୍ଶ କେନ୍ଦ୍ରର ବାର୍ଷିକ ଅଧିବେଶନ ବୁଧବାର କୃଷି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କୃଷି ସୂଚନା ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ ଏଥିରେ ଅଧ୍ୟକ୍ଷତା କରି ଆଠଗଡ ଅଞ୍ଚଳର ଚାଷୀମାନେ କିପରି ସବୁ ଋତୁରେ ବିଭିନ୍ନ ପନିପରିବା, ଡାଲିଜାତୀୟ ଫସଲ, ପାରମ୍ପରିକ ଧାନଚାଷ, ଗୋପାଳନ ଓ ମତ୍ସ୍ୟଚାଷ କରି ଲାଭବାନ ହୋଇପାରିବେ ସେ ଦିଗରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସର୍ବାଧିକ ଗୁରୁତ୍ୱ ଦେଉଥିବା ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଚାଷୀମାନଙ୍କ ପାଇଁ ପ୍ରଣିତ ବିଭିନ୍ନ ଯୋଜନାର ସୁଫଳ କିପରି ଚାଷୀଭାଇମାନେ ପାଇପାରିବେ ସେ ଦିଗରେ ବିଭାଗୀୟ ଅଧିକାରୀ ବ୍ୟାପକ ସଚେତନତା ସୃଷ୍ଟି ସହିତ କୃଷକଙ୍କୁ ସହାୟତା କରିବା ଲାଗି ପରାମର୍ଶ ଦେଇଥିଲେ । ଏହି ଅଧିବେଶନରେ କୃଷିକ୍ଷେତ୍ର ଓ କୃଷକଙ୍କ ପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା, ରିଆତି ଓ ସହାୟତା ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି ଅଧିବେଶନରେ କୃଷି ଜିଲ୍ଲା ଅଧିକାରୀ ପର୍ଶୁରାମ ବେହେରା, ବ୍ଲକ କୃଷି ଅଧିକାରୀ ପ୍ରିୟନାଥ ପାତ୍ର, ସହକାରୀ କୃଷି ଅଧିକାରୀ ରାକେଶ କୁମାର ରାଉତ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଧନଞ୍ଜୟ ରାଉତ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ବେହେରା, କୃଷି ଅଧିଦର୍ଶକ ରସାନନ୍ଦ ସାହୁ, ମୃର୍ତ୍ତିକା ଅଧିକାରୀ, ଗ୍ରାମ୍ୟ କୃଷି କର୍ମଚାରୀ, କୃଷି ବୈଷୟିକ ପରିଚାଳକ, ଆତ୍ମାର ସଭ୍ୟ ଓ କୃଷକ ସାଥୀମାନେ ଉପସ୍ଥିତ ଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories