www.samajalive.in
Tuesday, December 9, 2025
17.1 C
Bhubaneswar

ପରଫ୍ୟୁମ୍ ବ୍ୟବହାର ସମୟରେ ଏହା ଉପରେ ଧ୍ୟାନ ଦିଅନ୍ତୁ

ଝାଳର ଦୁର୍ଗନ୍ଧରୁ ବର୍ତ୍ତିବା ପାଇଁ ପରଫ୍ୟୁମ ବ୍ୟବହାର କରାଯାଇଥାଏ। କିଛି ବ୍ୟକ୍ତି ଶରୀରରେ ଭଲ ସୁଗନ୍ଧ ପାଇଁ ପରଫ୍ୟୁମର ବ୍ୟବହାର କରିଥାଆନ୍ତି। କିନ୍ତୁ ପରଫ୍ୟୁମ ବ୍ୟବହାର କରିବା ଦ୍ବାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ। ଗର୍ଭବତୀ ଥିବା ବେଳେ ପରଫ୍ୟୁମ ବ୍ୟବହାର କରିବା ଉଚିତ ନୁହେଁ।

ପରଫ୍ୟୁମର ଅଧିକ ବ୍ୟବହାର ଦ୍ବାରା ଚର୍ମ ଉପରେ କୁପ୍ରଭାବ ପଡିଥାଏ। ଏପରି ଅନେକ ପରଫ୍ୟୁମ ରହିଛି ଯେଉଁଥିରେ ନ୍ୟୁରୋ ଟୋକ୍ସନ ରହିଛି। ଏହାଦ୍ବାରା ବ୍ୟକ୍ତିଙ୍କ ଚର୍ମରେ ବ୍ୟାକ୍ଟେରିଆ ଜାତ ହୋଇଥାନ୍ତି। ତେଣୁ ଚର୍ମରେ ବାରମ୍ବାର ଏଲର୍ଜି, ଘାଆ ସୃଷ୍ଟି ହୋଇଥାଏ।

- Advertisement -

ପରଫ୍ୟୁମ୍ ଶରୀରର ହରମୋନ ଉପରେ ଖରାପ ପ୍ରଭାବ ପକାଇଥାଏ। କେମିକାଲ ଯୁକ୍ତ ପରଫ୍ୟୁମ ବ୍ୟବହାର କରିବା ଦ୍ବାରା ଶରୀର ଅସୁସ୍ଥ ହୋଇଯାଇ ପାରେ।ଖରା ଦିନେ ପରଫ୍ୟୁମ ବ୍ୟବହାର ଅଧିକ କରାଯାଇଥାଏ। ଖରା ଦିନେ ଶରୀରରୁ ଝାଳ ନିର୍ଗତ ହେବାକୁ ଭଲ କୁହାଯାଇଥାଏ। କିନ୍ତୁ କିଛି ପରଫ୍ୟୁମ ଶରୀରରୁ ଝାଳ ନିର୍ଗତ ହେବାରେ ବାଧା ଉପୁଜାଇଥାଏ।

ଅଧିକ ପରଫ୍ୟୁମ ବ୍ୟବହାର କରିବା ଦ୍ବାରା ଶ୍ବାସ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ରହିଥାଏ।

ଗର୍ଭବତୀ ନାରୀମାନେ ପରଫ୍ୟୁମ ବ୍ୟବହାର କରିବାକୁ ବାରଣ କରାଯାଇଛି। ସେମାନେ ପରଫ୍ୟୁମ ବ୍ୟବହାର କରିବା ଦ୍ବାର ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପଡିବାର ଅଧିକ ସମ୍ଭାବନା ରହିଛି।ସାବଧାନ :

ଅଧିକ ପରଫ୍ୟୁମ ବ୍ୟବହାର କରନ୍ତୁ ନାହିଁ।

ଯେକୌଣସି ଉତ୍ସବକୁ ଯିବା ସମୟରେ ୧୦ରୁ ୧୫ ମିନିଟ୍ ପୂର୍ବରୁ ପରଫ୍ୟୁମ ବ୍ୟବହାର କରିବା ଉଚିତ।

ପରଫ୍ୟୁମକୁ ସିଧା ସଳଖ ଶରୀର ଉପରେ ପକାନ୍ତୁ ନାହିଁ। ପୋଷାକ ଉପରେ ପରଫ୍ୟୁମ ପକାଇବା ଉଚିତ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories