mission shakti banner

ଅଶ୍ୱେନୀ ବାସେଳୀଙ୍କ ଚୈତ୍ର ମହୋତ୍ସବ

nua o banner

ଚୌଦ୍ୱାର : ଚୌଦ୍ୱାରରେ ମା’ ଅଶ୍ୱେନୀ ବାସେଳୀଙ୍କ ଚୈତ୍ର ମହୋତ୍ସବ ପାଳିତ ହୋଇଯାଇଛି । ବାଜି ରାଉତ କୈବର୍ତ୍ତ ଯୁବକ ସଂଘ ତରଫରୁ ଚୌଦ୍ୱାର ବଡ଼ ବଜାରସ୍ଥିତ ସତ୍ୟ ନାରାୟଣ ପାଲା ମଣ୍ଡପରେ ଅନୁଷ୍ଠିତ ଉତ୍ସବରେ ଚୌଦ୍ୱାର ମଣ୍ଡଳ କାରାଗାରର ଅଧିକ୍ଷକ ପ୍ରଦୀପ୍ତ କୁମାର ବେହେରା, ଅବସରପ୍ରାପ୍ତ ପୁଲିସ ଅଧିକାରୀ ଜଳନ୍ଧର ଜାଲି, କ୍ଷୀରୋଦ ଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ଯୁବକ ସଂଘ ସଭାପତି ବିଜୟ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଚଇତି ଘୋଡ଼ା ନୃତ୍ୟଗୁରୁ ଓ ଶିଳ୍ପୀ ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସଙ୍କ ଦ୍ୱାରା ପାରମ୍ପରିକ ଚଇତି ଘୋଡ଼ା ନାଚ ଓ ଶଙ୍କର ବେହେରାଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷର କରାଯାଇଥିଲା । କାଉନସିଲର ଅଜୟ କୁମାର ବେହେରା, କମଲ ବେହେରା, ଶରତ ଚନ୍ଦ୍ର ବେହେରା, ଗିରିଧାରୀ ବେହେରା, ସଂଜୀବ ଦଳାଇ, ମଙ୍ଗରାଜ ବେହେରା, ରବୀନ୍ଦ୍ର ବେହେରା, ପ୍ରଦ୍ୟୁମ୍ନ ତରାଇ, ଧର୍ମାନନ୍ଦ ବେହେରା, ସୁକାନ୍ତ ତରାଇ, ସୁବାସ ଦଳାଇ, କବି ଦଳାଇ, ଗଗନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments are closed.