mission shakti banner

କଟକ ଲୋକସଭା ପ୍ରାର୍ଥୀ ଚୟନ ପ୍ରତିବାଦ, ଟିକେଟ ଫେରାଇଲେ ଆଠଗଡ କଂଗ୍ରେସ ପ୍ରାର୍ଥୀ ମେହେବୁବ୍ ମହମ୍ମଦ ଖାଁ 

nua o banner

ଆଠଗଡ: କଟକ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଚୟନ ପ୍ରତିବାଦରେ ଆଠଗଡ ବିଧାନସଭା ଆସନ ନିମନ୍ତେ ମନୋନୀତ କଂଗ୍ରେସ ପ୍ରାର୍ଥୀ ମେହେବୁବ ମହମ୍ମଦ ଖାଁ ଦଳୀୟ ଟିକେଟ ଫେରେଇ ଦେଇଥିବା ଜଣାପଡିଛି । କଂଗ୍ରେସ ଦଳ ଦୁଇଦିନ ପୂର୍ବରୁ କଟକ ଲୋକସଭା ଆସନରେ ପ୍ରତିଦ୍ବନ୍ଦୀତା ପାଇଁ କଟକ ସହରର ବରିଷ୍ଠ ନେତା ସୁରେଶ ମହାପାତ୍ରଙ୍କ ନାମ ଘୋଷଣା କରିଛି । ଫଳରେ କଟକ ଲୋକସଭା ପ୍ରାର୍ଥୀ ହେବା ପାଇଁ ପ୍ରମୁଖ ଦାବିଦାର ଥିବା ଆଠଗଡର ବରିଷ୍ଠ କଂଗ୍ରେସ ନେତା ବିଭୁତି ଭୂଷଣ ମିଶ୍ରଙ୍କୁ ନିରାଶ ହେବାକୁ ପଡିଛି ।

ପୂର୍ବରୁ ବିଭୁତି ଭୂଷଣ ମିଶ୍ରଙ୍କୁ କଂଗ୍ରେସ ଦଳ କଟକ ଲୋକସଭା ପ୍ରାର୍ଥୀ ନକଲେ ସେ ନିର୍ବାଚନ ପ୍ରତିଦ୍ବନ୍ଦୀତାରୁ ଓହରି ଯିବେ ବୋଲି ବିଧାୟକ ପ୍ରାର୍ଥୀ ମେହେବୁବ୍ ଘୋଷଣା କରିଥିଲେ । କଟକ ଲୋକସଭା ଆସନ ପାଇଁ ସୁରେଶ ମହାପାତ୍ରଙ୍କ ନାମ କଂଗ୍ରେସ ଦଳ ଘୋଷଣା କରିବା ପରେ ସେ ଚରମ ନିଷ୍ପତ୍ତି ନେଇଛନ୍ତି। ସୁରେଶ ମହାପାତ୍ରଙ୍କ ଲୋକସଭା ପ୍ରାର୍ଥିତ୍ବକୁ ବିରୋଧ କରି ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ଆଠଗଡ଼ ବିଧାନସଭା ଆସନ ପାଇଁ ଲଢ଼େଇ କରିବେ ନାହିଁ ଘୋଷଣା କରିଛନ୍ତି। ପିସିସି ସଭାପତିଙ୍କ ଉଦେଶ୍ୟରେ ଶ୍ରୀ ଖାଁ ଲେଖିଥିବା ପତ୍ରରେ ବିଭୁତି ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ କରାଯାଇନଥିବାରୁ ଏହାର  ପ୍ରତିବାଦରେ ସେ ନିର୍ବାଚନ ଲଢିବେ ନାହିଁ ବୋଲି କହି କଂଗ୍ରେସ ଦଳୀୟ ଟିକେଟ ଫେରାଉଥିବା ଉଲ୍ଲେଖ କରିଛନ୍ତି ।

Comments are closed.