www.samajalive.in
Monday, December 15, 2025
24.1 C
Bhubaneswar

କହିଲେ ପୁଅ, ଦେଲେ ଝିଅ – କ୍ୟାପିଟାଲ ହସ୍ପିଟାଲରେ ବିଭ୍ରାଟ

ଭୁବନେଶ୍ବର: ପିଜିଆଇଏମ୍‌ଇଆର୍‌ ଆଣ୍ଡ୍‌ କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ହୋଇଛି। ପୁଅ ହୋଇଥିବା କର୍ତ୍ତୃପକ୍ଷ କହିଥିବାବେଳେ ଝିଅ ହସ୍ତାନ୍ତର କରିଥିଲେ। ଏନେଇ ଶିଶୁର ବାପା ହସ୍ପିଟାଲ ନିର୍ଦେଶକଙ୍କ ନିକଟରେ ଲିଖିତଭାବେ ଅଭିଯୋଗ କରିଥିଲେ। ଯାହାକୁ ନେଇ ମଙ୍ଗଳବାର ଦିନ ତମାମ ହସ୍ପିଟାଲରେ ଚର୍ଚ୍ଚା ଲାଗି ରହିଥିଲା। ଅଭିଯୋଗ ଆସିବା ପରେ କିଛି ସମୟ ପାଇଁ ସେଠାରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା। ତେବେ ଘଟଣାକୁ ଗୁରୁତର ସହିତ ନେଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦେଶକ ନିର୍ଦେଶ ଦେଇଛନ୍ତି। ଏ‌େ‌ବ ହସ୍ପିଟାଲରେ ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ବାଳ ପତ୍ନୀଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ମଙ୍ଗଳବାର ସକାଳୁ ପତ୍ନୀଙ୍କ ଯନ୍ତ୍ରଣା ହେବାରୁ ତାଙ୍କୁ ଓଟିକୁ ନିଆଯାଇଥିଲା। ଅ‌େ‌ସ୍ତ୍ରାପଚାର ପରେ ତାଙ୍କର କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଅ‌େ‌ସ୍ତ୍ରାପଚାର କରୁଥିବା ଡାକ୍ତର ଏବଂ ସହଯୋଗୀ ଶିଶୁର ମା’ଙ୍କୁ ଏବାବଦରେ ଅବଗତ କରିଥିଲେ। ସେହି ସମୟରେ ଅ‌େ‌ସ୍ତ୍ରାପଚାର କକ୍ଷରେ ଦୁଇ ଜଣଙ୍କ ଅ‌େ‌ସ୍ତ୍ରାପଚାର ହୋଇଥିଲା। ଅନ୍ୟଜଣଙ୍କ ପୁଅ ଜନ୍ମ ନେଇଥିବାବେଳେ ପ୍ରାଣକୃଷ୍ଣଙ୍କ ଝିଅ ଜନ୍ମ ହୋଇଥିଲା। ଦାୟିତ୍ବରେ ଥିବା ଆଟେଣ୍ଡାଣ୍ଟ ଆସି ତାଙ୍କୁ ପରିବାର ନିୟୋଜନ କରିବେ କି ନାହିଁ ପଚାରିଥିଲେ। ଏହି ଅବସରରେ ସେ ତାଙ୍କୁ ପୁଅ ହୋଇଥିବା କହିଥିଲେ। ଏହାପରେ ପ୍ରାଣକୃଷ୍ଣ ବାହାରେ ଝିଅ ହୋଇଥିବା ଜାଣିବାକୁ ପାଇଥିଲେ। ଘଟଣାକୁ ନେଇ ସେ ପାଟିତୁଣ୍ଡ କରିଥିଲେ ଏବଂ ନିର୍ଦେଶକ ଡା. ସାହୁଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଘଟଣା ଜାଣିବା ପରେ ଉପସ୍ଥିତ ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କୁ ଡାକି ଏବାବଦରେ ପଚରାଉଚରା କରିଥିଲେ। ସମସ୍ତେ ଝିଅ ହୋଇଥିବା ନେଇ ମା’ଙ୍କୁ କହିଥିବା ନେଇ ମତ ଦେଇଥିଲେ। ମାତ୍ର ଏହାକୁ ପ୍ରାଣକୃଷ୍ଣ ମାନିନଥିଲେ ଏବଂ ଘଟଣା ଜଣା ନପଡ଼ିବା ପର୍ଯ୍ୟନ୍ତ ଉଭୟ ମା’ ଓ ଝିଅକୁ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ। ଅସ୍ତ୍ରୋପଚାର ସମୟ‌େ‌ର ଥିବା ସମସ୍ତ ଡାକ୍ତର, ଅନ୍ୟ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ସିସିଟିଭି ଯାଞ୍ଚ ଓ ଡିଏନଏ ଟେଷ୍ଟ କରିବାକୁ ସେ ଦାବି କରିଥିଲେ। ଏହାକୁ ନେଇ ନିର୍ଦେଶକ ଅଧୀକ୍ଷକଙ୍କ ନେତୃତ୍ବରେ ତିନିଜଣିଆ କମିଟି ଗଠନ କରିଥିଲେ। ଯେଉଁଥିରେ ପ୍ରସୂତି ବିଭାଗ ମୁଖ୍ୟ ଓ ଉପ ଅଧୀକ୍ଷକ ରହି ଘଟଣାର ଯାଞ୍ଚ କରିଥିଲେ। ତେବେ ତାଙ୍କର ଝିଅ ହୋଇଥିବା ଯାଞ୍ଚରୁ ଜଣାପଡ଼ିଥିଲା। ହେଲେ ପ୍ରାଣକୃଷ୍ଣ ଏହାକୁ ମାନି ନଥିଲେ, ଶେଷରେ ହସ୍ପିଟାଲ କର୍ତ୍ତୃପକ୍ଷ ଏବାବଦରେ ପଦକ୍ଷେପ ନେବାକୁ ପୁଲିସକୁ ଲେଖିଥିଲେ ଏବଂ ପୁଲିସ ବିବରଣୀ ନଆସିବା ପର୍ଯ୍ୟନ୍ତ ଦାୟିତ୍ବରେ ଥିବା ଆଟେଣ୍ଡାଣ୍ଟଙ୍କୁ ଏହି ଘଟଣାରେ ନିଲମ୍ବିତ କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏନେଇ କ୍ୟାପିଟାଲ ଥାନାରେ ପ୍ରାଣକୃଷ୍ଣ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଯୋଗ ଆଧାରରେ ତଦନ୍ତ କରାଯିବ ବୋଲି କ୍ୟାପିଟାଲ ଥାନା ପକ୍ଷରୁ କୁହାଯାଇଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories