www.samajalive.in
Monday, December 15, 2025
24.1 C
Bhubaneswar

୪୧ ବର୍ଷ ପରେ ଅଶ୍ୱଚାଳନାରେ ଭାରତକୁ ସ୍ୱର୍ଣ୍ଣ

ହ୍ବାଙ୍ଗଝୋ: ଭାରତୀୟ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଚଳିତ ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାରେ ବଳବତ୍ତର ରହିଛି। ମଙ୍ଗଳବାର ତୃତୀୟ ଦିବସରେ ଭାରତୀୟ ପ୍ରତିଯୋଗୀମାନେ ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଛନ୍ତି। ଅଶ୍ବଚାଳନାରେ ଭାରତ ୪୧ ବର୍ଷ ପରେ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ସେହିପରି ସେଲିଂରେ ଭାରତକୁ ରୌପ୍ୟ ଓ କାଂସ୍ୟ ପଦକ ମିଳିଛି। ଏଥି ସହିତ ପ୍ରତିଯୋଗିତାରେ ୩ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଓ ୮ଟି କାଂସ୍ୟ ସହ ଭାରତର ପଦକ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।

ଅଶ୍ବଚାଳନା ମିଶ୍ରିତ ଦଳଗତ ବିଭାଗରେ ଭାରତ ସ୍ବର୍ଣ୍ଣ ପଦକ ଜିତିଛି। ଦୀର୍ଘ ୪୧ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଭାରତୀୟ ଅଶ୍ବଚାଳନା ଦଳ ସ୍ବର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି। ଭାରତ ପକ୍ଷରୁ ହୃଦୟ ଛେଦା, ଦିବ୍ୟାକୀର୍ତ୍ତି ସିଂହ, ଅନୁଷ ଅଗ୍ରୱାଲ ଓ ସୁଦୀପ୍ତି ହାଜେଲା ଚମତ୍କାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଉକ୍ତ ପ୍ରତିଯୋଗୀମାନେ ମୋଟ ୨୦୯.୨୦୫ ସ୍କୋର କରିଥିଲେ। ଏଥିରେ ଚୀନ୍‌ ପ୍ରତିଯୋଗୀ ୨୦୪.୮୮୨ ସ୍କୋର ସହ ରୌପ୍ୟ ଓ ହଂକଂ ପ୍ରତିଯୋଗୀ ୨୦୪.୮୫୨ ସ୍କୋର ସହ କାଂସ୍ୟ ପଦକ ଜିତିଛନ୍ତି। ପୂର୍ବରୁ ୧୯୮୨ ଦିଲ୍ଲୀ ଏସୀୟ କ୍ରୀଡ଼ାରେ
ଅଶ୍ବଚାଳନାରେ ଭାରତ ପକ୍ଷରୁ ରଘୁବୀର ସିଂହ ବ୍ୟକ୍ତିଗତ ବିଭାଗରେ ସ୍ବର୍ଣ୍ଣ, ବ୍ୟକ୍ତିଗତ ଟେଣ୍ଟ ପିଗିଙ୍ଗରେ ରୁପିନ୍ଦର ସିଂହ ବ୍ରାର ସ୍ବର୍ଣ୍ଣ, ଦଳଗତ ବିଭାଗରେ ରଘୁବୀର ସିଂହ, ଗୁଲାମ ମହମ୍ମଦ ଖାନ, ବିଶାଳ ସିଂହ ଓ ମିଲଖା ସିଂହ ସ୍ବର୍ଣ୍ଣ ପଦକ ଜିତିଥିଲେ​। ସେହିପରି ସେଲିଂ ଆଇଏଲସିଏ-୪ ମହିଳା ଇଭେଣ୍ଟରେ ନେହା ଠାକୁର ୩୨ ପଏଣ୍ଟ ହାସଲ କରି ଦ୍ବିତୀୟ ସ୍ଥାନ ସହ ରୌପ୍ୟ ଓ ୱିଣ୍ଡସର୍ଫର ଆରଏସ୍ ଏକ୍ସ ଇଭେଣ୍ଟରେ ଇବାଦ୍ ଅଲ୍ଲୀ କାଂସ୍ୟ ପଦକ ଜିତିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories