www.samajalive.in
Saturday, December 13, 2025
26.1 C
Bhubaneswar

ଗଜପତିଙ୍କ ୬୭ ଅଙ୍କ ଚାଲିଲା

ପୁରୀ: ସୁନିଆଁ ତିଥିରେ ମଙ୍ଗଳବାର ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କୁ ଅଭିଷେକ କରାଯାଇଛି। ଏହି ଅବସରରେ ଏକ ସ୍ୱର୍ଣ୍ଣମୁଦ୍ରା ପ୍ରଚଳନ କରାଯାଇଛି। ମଙ୍ଗଳବାରଠାରୁ ୧୪୩୧ ସାଲ ପ୍ରଚଳନ ହୋଇଛି। ଏହି ଦିନ ଠାରୁ ଗଜପତିଙ୍କ ୬୭ଅଙ୍କ ଚାଲିଲା। ପରମ୍ପରା ଅନୁଯାୟୀ ଗଜପତି ଶ୍ରୀଦେବଙ୍କୁ ପଇତା ଲାଗି କରାଯାଇଥିଲା। ଦେବାର୍ଚ୍ଚନ ପରେ କନକ ଦୁର୍ଗାଙ୍କୁ ପୂଜା କରାଯାଇଥିଲା। ଗଜପତି ମହାରାଜ ସିଂହାସନରେ ବିଜେ କରିଥିଲେ। ରାଜଗୁରୁଙ୍କ ଦ୍ୱାରା ଗଜପତିଙ୍କ ଶ୍ରୀମସ୍ତକରେ ସ୍ୱର୍ଣ୍ଣମୁଦ୍ରା ଲାଗି କରାଯାଇଥିଲା। ରାଜଗୁରୁ, ଦେଉଳ ପୁରୋହିତ, ପଣ୍ଡିତ ଏବଂ ଷୋଳ ଶାସନ ବ୍ରାହ୍ମଣ ଗଜପତିଙ୍କୁ ଭେଟି ପ୍ରଦାନ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories