ସମାଜ: ବିଭିନ୍ନ ଯୋଜନାର ପ୍ରଚାରପ୍ରସାର ବାବଦରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗରୁ ବିଗତ ୧୦ବର୍ଷ ମଧ୍ୟରେ ମୋଟ ୨୪୨କୋଟି ୬୭ଲକ୍ଷ ୬୪ହଜାର ୩୭୩ଟଙ୍କା ଖର୍ଚ୍ଚ ହୋଇଛି । ଆଜି ବିଧାନସଭାରେ ବିଧାୟକ ଶଙ୍କର ଓରାମ ଓ ନବଚରଣ ମାଝିଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ୍ ଏହା କହିଛନ୍ତି। ଶ୍ରୀ ଅମାତ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଜନହିତରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଗତ ୧୦ବର୍ଷ ମଧ୍ୟରେ ମୋଟ ୨୪୨କୋଟି ୬୭ଲକ୍ଷ ୬୪ହଜାର ୩୭୩ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ସର୍ବାଧିକ ୧୬୫.୦୪କୋଟି ଟଙ୍କା ବିଜ୍ଞାପନ ଆକାରରେ ରାଜ୍ୟ ସରକାରଙ୍କ ଯୋଜନା ଓ ସୂଚନାର ପ୍ରଚାର ପ୍ରସାରବାବଦରେ ବିଭିନ୍ନ ଖବରକାଗଜ ସଂସ୍ଥାକୁ ଦିଆଯାଇଛି । ବୈଦ୍ୟୁତିକ ଗଣମାଧ୍ୟମକୁ ୪୦.୬୪କୋଟି ଟଙ୍କାର ବିଜ୍ଞାପନ ବଣ୍ଟନ କରାଯାଇଛି । ସରକାରଙ୍କ ନିଜସ୍ୱ ପ୍ରଚାର ପୁସ୍ତିକ ‘ଆଇନା’ ଛାପିବା ଓ ବଣ୍ଟନ ପାଇଁ ୨୬.୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସରକାରଙ୍କ ସଫଳତାର ସନ୍ଦେଶ ଥିବା ହୋର୍ଡିଂ ଲଗାଇବାରେ ୩.୨୫କୋଟି ଟଙ୍କା ଏବଂ ଲୋକକଳା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର ପ୍ରସାରରେ ୭.୦୯କୋଟି ଟଙ୍କା ଖର୍ଚ୍ଚ ହୋଇଛି।
Popular Categories



