www.samajalive.in
Thursday, December 11, 2025
15.1 C
Bhubaneswar

ବନ୍ଦ ହୋଇନି ବିଜୁ ପକ୍କାଘର ଯୋଜନା

ଭୁବନେଶ୍ବର: ବିଜୁ ପକ୍କାଘର ଯୋଜନା ବନ୍ଦ ହୋଇନାହିଁ। ଚଳିତବର୍ଷ ଏହି ଯୋଜନାରେ ୭୬୨ ସଂଖ୍ୟକ ବିସ୍ଥାପିତଙ୍କୁ ଗୃହ ମଞ୍ଜୁର କରାଯାଇଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ କହିଛନ୍ତି। ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ଯେ, ସାମାଜିକ ଅର୍ଥନୈତିକ ଓ ଜାତିଗତ ଗଣନା ମୁତାବକ ରାଜ୍ୟର ଗ୍ରାମାଞ୍ଚଳରେ ୫,୩୦୮ ସଂଖ୍ୟକ ପରିବାର ବାସହୀନ ଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେ ଗତ ୧୮ ତାରିଖ ସୁଦ୍ଧା ୨୭,୩୫,୨୬୩ ସଂଖ୍ୟକ ପରିବାରକୁ ଗୃହ ମଞ୍ଜୁର କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ପାଇଁ ଯୋଗ୍ୟ ଥିବା ଓ ଗୃହ ପାଇ ନ ଥିବା ୧,୨୬,୮୬୪ ସଂଖ୍ୟକ ପରିବାରର ନାମ ସର୍ବେକ୍ଷଣ କରାଯାଇ ଆବାସଯୁକ୍ତ ତାଲିକାରେ ସ୍ଥାନିତ କରାଯାଇଛି। ଆର୍ଥିକ ବର୍ଷ ୨୦୧୪-୧୫ରୁ ୨୦୨୩ ସୁଦ୍ଧା ବିଭିନ୍ନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ୩୧,୫୫,୨୧୦ ଗୋଟି ପକ୍କା ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ୧୦,୨୯,୮୭୨ ଗୋଟି ଗୃହ ନିର୍ମାଣଧୀନ ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories