ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କନିଷ୍ଠ କଲେଜ)ରେ ସୋମବାର ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି। ଏନଏସଏସ ଯୋଜନା ଅଧିକାରୀ ପ୍ରମୋଦିନୀ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ଯୋଗଦାନ କରି ଜାତୀୟ ସେବା ଯୋଜନା ବିଦ୍ୟାର୍ଥୀଙ୍କ ମଧ୍ୟରେ ସେବା ମନୋଭାବକୁ ଉଦ୍ରେକ କରିବା ଲକ୍ଷ୍ୟରେ ୫୩ବର୍ଷ ପୂର୍ବରୁ ସ୍ଥାପିତ ହୋଇଥିଲା ଏବଂ ଏହା ଅନେକାଂଶରେ ସଫଳ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟର ସେବା ଦ୍ୱାରା ମଣିଷ ଜୀବନ ବାସ୍ତବରେ ସାର୍ଥକ ହୋଇଥାଏ ବୋଲି ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ପ୍ରକାଶ କରିଥିଲେ। ଏହି ଅବସରରେ ଏନଏସଏସ ସ୍ୱେଚ୍ଛାସେବୀମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ପୂର୍ବତନ ଏନଏସଏସ ଅଧିକାରୀ ସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପିକ, ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
Popular Categories



