ଆଠଗଡ: ଆଠଗଡ ଭାରତୀୟ ଜନତା ପାର୍ଟି ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟୟଙ୍କ ୧୦୭ତମ ଜନ୍ମ ଜୟନ୍ତୀ ସୋମବାର ସନ୍ଧ୍ୟାରେ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଯାଇଛି। ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଠଗଡର ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର କୁମାର ରାୟ ଯୋଗଦେଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ତ୍ୟାଗପୁତ ଜୀବନାଦର୍ଶ ଏବଂ ତାଙ୍କ ବିଚାରଧାରା ସଂପର୍କରେ ଆଲୋକପାତ କରିବା ସହ ତାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମତବ୍ୟକ୍ତ କରିଥିଲେ। ଜିଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତି ଏଥିରେ ଯୋଗଦେଇ ପଣ୍ଡିତ ଦୀନଦୟାଲଙ୍କ ଜୀବନୀ ସଂପର୍କରେ ଅବତାରଣା କରିବା ସହ ଦେଶ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାନସଭା ସଂଯୋଜକ ବିକ୍ରମ କେଶରୀ ଦାଶ, ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ଜେନାଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଓ କାର୍ଯ୍ୟକର୍ତ୍ତା ଯୋଗଦାନ କରି ପଣ୍ଡିତ ଉପାଧ୍ୟାୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Popular Categories



