www.samajalive.in
Monday, December 15, 2025
27.1 C
Bhubaneswar

ମୃତଦେହ ନେବାକୁ ଅରାଜି ହେଲେ ପରିବାର ଲୋକେ, ପୁଲିସ ହେପାଜତରେ ହେଲା ବ୍ୟବଛେଦ

ବୌଦ୍ଧ: ବୌଦ୍ଧଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।  ଯୁବକଙ୍କ ମୃତ୍ୟୁ ପରେ  ବ୍ୟବଛେଦ ପାଇଁ ପରିବାରଲୋକ ରାଜି ହୋଇନଥିଲେ। ଫଳରେ ଚିକିତ୍ସାଳୟ ପକ୍ଷରୁ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇନଥିଲା। ତେଣୁ ଦୀର୍ଘ ସମୟ ଧରି ଚିକିତ୍ସାଳୟ ସମ୍ମୁୁଖରେ ମୃତଦେହ ପଡିରହିଥିବା ଦେଖାଯାଇଥିଲା। ସୂଚନା ମୁତାବକ ବୌଦ୍ଧବ୍ଲକ ତେତେଲେଙ୍ଗା ଗ୍ରାମର ପୋଲସ୍ତି ବାଘଙ୍କ ଛାତିରେ ଯନ୍ତ୍ରଣା ହେବାପରେ ପରିବାରଲୋକ ସୋମବାର ପ୍ରତ୍ୟୁଷରୁ ବୌଦ୍ଧ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଡାକ୍ତର ଦେଖିବା ପରେ ପୁଲିସଙ୍କୁ ମୃତ ଘୋଷଣା କରିଥିଲେ। ପରିବାରଲୋକ ମୃତଦେହକୁ ସତ୍କାର ପାଇଁ ନେବାକୁ ଚାହୁଁଥିବାବେଳେ ଚିକିତ୍ସାଳୟ କର୍ତ୍ତୃପକ୍ଷ ପୁଲିସ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ମୃତଦେହ ଛଡାଯାଇପାରିବନାହିଁ ବୋଲି ଜଣାଇଥିଲେ। ଚି

ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଲିସ ନଆସିବାରୁ ମୃତଦେହ ପଡି ରହିଥିଲା। ବ୍ୟବଛେଦ ପରେ ମୃତଦେହ ହସ୍ତାନ୍ତର ହେବ ବୋଲି ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯିବାପରେ ଏହାକୁ ନେଇ ଉପସ୍ଥିତ ଲୋକମାନେ ପାଟିତୁଣ୍ଡ ଆରମ୍ଭ କରିଥିଲେ। ମୃତଦେହ ବ୍ୟବଛେଦ ପାଇଁ ପରିବାରଲୋକ ରାଜି ନଥିବା ଜଣାଯାଇଥିଲା। ଏଣେ ଦୀର୍ଘ ସମୟ ଧରି ଚିକିତ୍ସାଳୟ ପରିସରରେ ମୃତଦେହଟି ପଡିରହିବା ଯୋଗୁଁ ଏହା ଚିକିତ୍ସାଳୟର ରୋଗୀସେବାକୁ ପ୍ରଭାବିତ କରିବା ସହିତ ସାଧାରଣଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।  ଶେଷରେ ପୁଲିସ ପକ୍ଷରୁ ପରିସ୍ଥିତିକୁ ନିୟନ୍ତ୍ରଣ କରାଯିବା ସହିତ ମୃତଦେହକୁ ବ୍ୟବଛେଦ ପାଇଁ ପଠାଯାଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories