ପିପିଲିରେ ଗଣେଶ ଭସାଣି ଉତ୍ସବ, ପାରମ୍ପରିକ ନୃତ୍ୟ ଓ ବାଦ୍ୟରେ କମ୍ପିଲା ପିପିଲି ବଜାର

ପିପିଲି :ପିପିଲି ପୌରାଞ୍ଚଳର ୧୫ଟି ପୂଜାମଣ୍ଡପର ସମୁହ ଗଣେଶ ମୂର୍ତ୍ତି ଭସାଣି ଶୋଭାଯାତ୍ରା ସୋମବାର ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ବାଦ୍ୟ ଓ ନୃତ୍ୟ ଏହି ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ଏହାକୁ ଦେଖିବା ପାଇଁ ୧୦ହଜାରରୁ ଉର୍ଦ୍ଧ ଜନସମାଗମ ହୋଇଥିଲା ।

ପିପିଲି ବଜାର ବ୍ୟବସାୟୀ ସଂଘର ଉଦ୍ୟମକ୍ରମେ ଓ ପିପିଲି ପୁଲିସର ସହଯୋଗରେ ଷଷ୍ଠଥର ପାଇଁ ପିପିଲିରେ ସମୁହ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପିପିଲି ପୌରାଞ୍ଚଳର ବିଶ୍ୱକର୍ମା କ୍ଲବ-ମହାରଣାସାହି, ଧନେଶ୍ୱରୀ କ୍ଲବ-ପିପିଲିଶାସନ, ଗଣପତି କ୍ଲବ- ସମଲପୁର, ସାଇରାମ କ୍ଲବ- କଲେଜଛକ, ମହାରାଜା କ୍ଲବ-ମଢିଆଳି, ପିପିଲି ବଜାର ବ୍ୟବସାୟୀ ସଂଘ, ବାବା ହୁଙ୍କେଶ୍ୱର ୟୁଥ୍‌‌ କ୍ଲବ-ଖଣ୍ଡିଆଗିରି, ରୟାଲ କ୍ଲବ-କଲେଜଛକ, ବାଜିରାଉତ କ୍ଲବ-ଦରଡା, ଏମ୍‌‌ଡିଡି ସ୍ପୋଟିଂ-ଦରଜିସାହି, ରୟାଲ ୟୁଥ୍‌‌ କ୍ଲବ-ସିଂହିସାହି, ମହାକାଲ କ୍ଲବ-ପିପିଲିଶାସନ, ଧନେଶ୍ୱରୀ କ୍ଲବ, ମହାବୀର ବଜାର ବ୍ୟବସାୟୀ ସଂଘ ଓ ଶ୍ରୀ ସିଦ୍ଧି ବିନାୟକ କ୍ଲବର ମେଢ ଏହି ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

prayash

ପିପିଲି ହନୁମାନମନ୍ଦିର ଛକ ଠାରୁ ଅପରାହ୍ନ ୬ଟାରେ ଭସାଣି ଶୋଭାଯାତ୍ରା ବାହାରିଥିଲା । ଗୋଟିଏ ପରେ ଗୋଟିଏ କରି ସମସ୍ତ ୧୫ଟି ପୂଜା ମଣ୍ଡପର ମେଢ ଲମ୍ବା ଧାଡିରେ ପିପିଲି ବଜାର ପରିକ୍ରମା କରିଥିଲେ । ପ୍ରତ୍ୟେକ ପୂଜା ମଣ୍ଡପ ପକ୍ଷରୁ ପୃଥକ ପୃଥକ ବାଜା, ଆଲୋକ ଆଦିର ବ୍ୟବସ୍ଥା କରାଯାଇଥିଲା । କଳଘୋଡା ନୃତ୍ୟ, ବାଘ-ବାଘୁଣୀ ନୃତ୍ୟ, ସମ୍ବଲପୁରୀ ଓ ପଞ୍ଜାବୀ ନୃତ୍ୟ, ଚଢେୟା ନୃତ୍ୟ, ପାଇକ ନୃତ୍ୟ, କଣ୍ଢେଇ ନାଚ, ଘଣ୍ଟୁଆ ନୃତ୍ୟ, ବନାଟି ଖେଳ, ସିଂହବାଜା, ଢୋଲବାଜା, ପଞ୍ଜାବୀ ବାଜା, ମହୁରୀ ଆଦିରେ ପରିବେଶ ପ୍ରକମ୍ପିତ ହୋଇଥିଲା । ପ୍ରାୟ ଦେଢ କିଲୋମିଟର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଲମ୍ବିଥିଲା । ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ରାସ୍ତାର ଉଭୟ ପାଶ୍ୱର୍ରେ ଠିଆହୋଇ ଏହି ଶୋଭାଯାତ୍ରାକୁ ମନଭରି ଉପଭୋଗ କରିଥିଲେ । ପିପିଲି ଚାନ୍ଦୁଆ ବଜାର, ମୁଖ୍ୟବଜାର, ଥାନାଛକ ଦେଇ ମେଢ ଗୁଡିକ ହାଟଛକ ଠାରେ ପହଞ୍ôଚବା ପରେ ସେଠାରୁ ୬ଟି ମେଢ କଲେଜରୋଡରେ ଯାଇ ଜାଆଁଳାଶଙ୍ଖ ଠାରେ ମୂର୍ତ୍ତି ବିସର୍ଜ୍ଜନ କରିଥିଲେ ।

ଅନ୍ୟ ମେଢ ଗୁଡିକ ହାଟଛକ ଠାରୁ ମିଶନଛକ ପର୍ଯ୍ୟନ୍ତ ଆସି ସେଠାରୁ ପୁନର୍ବାର ପିପିଲି ବଜାର ଦେଇ ପଛକୁ ଫେରିଥିଲେ । ସେଗୁଡିକ ହରିପୁର ସ୍ଥିତ ଭାର୍ଗବୀ ନଦୀ, ଦରଜୀସାହି ସ୍ଥିତ ପୁଷ୍କରିଣୀ ଓ ଶିଶୁ ଉଦ୍ୟାନ ଛକ ଠାରେ କେନାଲରେ ମୂର୍ତ୍ତି ବିସର୍ଜ୍ଜନ କରିଥିଲେ । ପିପିଲି ବଜାର ବ୍ୟବସାୟୀ ସଂଘର ସଭାପତି ରାକେଶ ମହାପାତ୍ର, ସଂପାଦକ ପ୍ରବୀର ହାଲଦାର, ମହାବୀର ବଜାର ବ୍ୟବସାୟୀ ସଂଘର ସଭାପତି ଲକ୍ଷ୍ମୀଧର ସାହୁ, ସଂପାଦକ ନରେନ୍ଦ୍ର ବେହେରା ଓ ସିଦେ୍ଧଶ୍ୱର ବ୍ୟବସାୟୀ ସଂଘର ସଭାପତି ଧିରେନ୍ଦ୍ର ସାମନ୍ତରାୟ ପ୍ରମୁଖ ଭସାଣି ଶୋଭାଯାତ୍ରାକୁ ପରିଚାଳନା କରିଥିଲେ । ଏହି ଶୋଭାଯାତ୍ରା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ପିପିଲି ବଜାରର ମୁଖ୍ୟରାସ୍ତା ଦେଇ ଗାଡି ଚଳାଚଳକୁ ବନ୍ଦ କରାଯାଇଥିବା ବେଳେ ପ୍ରତ୍ୟେକ ମେଢ ନିକଟରେ ପୁଲିସ ମୂତୟନ କରାଯାଇଥିଲା । ପିପିଲି,ଡେଲାଙ୍ଗ, ବଳଙ୍ଗା ଓ ସତ୍ୟବାଦୀ ପୁଲିସ ଏହି ଶୋଭାଯାତ୍ରାରେ ମୂତୟନ ହୋଇଥିବା ବେଳେ ଏସ୍‌‌ଡିପିଓ ବିରଞ୍ôଚ ନାରାୟଣ ପତି ଓ ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୦ଜଣ ପୁଲିସ ଅଫିସର ଓ ଏକ ପ୍ଲାଟୁନ୍‌‌ ଫୋର୍ସ ଟ୍ରାଫିକ୍‌‌ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।
ଫଟୋ ଆଟାଚ ଅଛି ।

Comments are closed.