www.samajalive.in
Monday, December 15, 2025
16.1 C
Bhubaneswar

ଜରୁରୀକାଳୀନ ସମସ୍ୟାର ସମାଧାନ ପାଇଁ ଅଗ୍ନିଶମ ବିଭାଗର ପ୍ରଶିକ୍ଷଣ ଶିବିର

କଲମପୁର: ନଈବଢ଼ି ହେଉକି ଘର ପୋଡି, ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜକୁ ଏବଂ ଅନ୍ୟକୁ କିଭଳି ସୁରକ୍ଷିତ ରଖାଯାଇ ପାରିବ ସେନେଇ ସୋମବାର କଲମପୁର ଅଗ୍ନିଶମ ବିଭାଗ ପକ୍ଷରୁ ଧନପୁର ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟଠାରେ ଏକ କୌଶଳ ପ୍ରଶିକ୍ଷଣ ଶିବିର(ମକଡ୍ରିଲ) ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭାକର ଲହଜଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ କଲମପୁର ଅଗ୍ନିଶମ ବାହିନୀର ଭାରପ୍ରାପ୍ତ ଅଧିକାରୀ ଶଙ୍କର ପ୍ରସାଦ ତ୍ରିପାଠୀ ଉପସ୍ଥିତ ରହି ନଈ ବଢ଼ି ସମୟରେ କିଭଳି ନିଜକୁ ସୁରକ୍ଷିତ ରଖି ଅନ୍ୟର ଜୀବନକୁ ବଞ୍ଚାଯାଇ ପାରିବ ସେନେଇ ବୁଝାଇଥିଲେ। ଏହାସହ ଲାଇଫବଏ ଏବଂ ଲାଇଫ ଜାକେଟର ବ୍ୟବହରା ଓ ତା’ର କାର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ସେହିଭଳି ବର୍ତମାନ ପ୍ରତ୍ୟେକ ପରିବାରରେ ରନ୍ଧନ ଗ୍ୟାସ ବ୍ୟବହାର କରାଯାଉଛି। ଲୋକଙ୍କ ଅନ୍ୟମନସ୍କତା ଅଥବା ସଚେତନତାର ଅଭାବ ପାଇଁ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଭଳି ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି। ତାର ପ୍ରତିକାର କିଭଳି କରାଯାଇ ପାରିବ ସେନେଇ ଅଗ୍ନିଶମ ବିଭାଗ କର୍ମଚାରୀ ବୁଝାଇବା ସହ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ। ଏହାସହ ସହରାଞ୍ଚଳରେ ବହୁତାଲା ପ୍ରାସାଦ ସବୁରେ ନିଆଁ ଲାଗିଲେ ଜନ ଜୀବନ ପ୍ରଭାବିତ ହେଉଛି। ସେହି ସ୍ଥାନରେ କିଭଳି ଲୋକଙ୍କ ଜୀବନ ସୁରକ୍ଷିତ ରଖାଯାଇ ପାରିବ ସେନେଇ କୌଶଳ ସବୁ ପ୍ରଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। କେବଳ କୌଶଳ ଦ୍ୱାରା ପ୍ରଶିକ୍ଷିତ ହେଲେ ହେବ ନାହିଁ ତାର ବ୍ୟବହାର ପାଇଁ ଦୃଢ ସଂକଳ୍ପ ଆବଶ୍ୟକ। ନିଜକୁ ସୁଦୃଢ କରି ଆବଶ୍ୟକ କୌଶଳ ପ୍ରଦର୍ଶନ କଲେ ଆମେ ଯେତେବଡ ବିପର୍ଯ୍ୟୟରୁ ମଧ୍ୟ ସୁରକ୍ଷିତ ରହି ପାରିବା ବୋଲି ଶ୍ରୀ ତ୍ରିପାଠୀ ବୁଝାଇଥିଲେ। ଏଥିରେ ନିର୍ମଳ କୁମାର ତରିଆ, ଡିସେମ୍ବର ବୁଡେକ, ଗଜାନନ ମାଝୀ ଏବଂ ନିଞ୍ଜନ ଦାଶ ପ୍ରମୁଖ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଏଥିରେ ଯୋଗ ଦେଇଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories