www.samajalive.in
Sunday, December 14, 2025
17.1 C
Bhubaneswar

କୋଟଗାଁ ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣୀ ଶିବିର; ଯୋଗଦେଲେ ବିଡିଓ ଏବଂ ତହସିଲଦାର

କଲମପୁର: କଲମପୁର ବ୍ଲକ ଅଧିନସ୍ଥ କୋଟଗାଁ ପଂଚାୟତର ଅସ୍ଥାୟୀ କାର୍ଯ୍ୟାଳୟଠାରେ ସୋମବାର ଜନ ଅଭିଯୋଗ ଶୁଣାଣୀ ଏବଂ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରପଞ୍ଚ ଚନ୍ଦନ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି, ତହସିଲଦାର ରୁଦ୍ର ମୋହନ ନାୟକ ଏବଂ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଖିତିସୂତା ମେହେର ପ୍ରମୁଖ ଯୋଗଦେଇ ହିତାଧିକାରୀଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ବଲାଗାଁ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ କୋଠରୀର ଅବସ୍ଥା ଦୟନୀୟ। ଯେଉଥିପାଇଁ ବିଦ୍ୟାଳୟରେ ପାଠ ପଢ଼ୁଥିବା କୋମଳମତୀ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଥିବା ସହ ବିଦ୍ୟାଳୟ କୋଠା ନିର୍ମାଣ ପାଇଁ ଆବଶ୍ୟକ ଜମି ସୁବିଧା ଯୋଗାଇ ଦେବା ପାଇଁ ଉପସ୍ଥିତ ଦୁଇ ଅଧିକାରୀଙ୍କ ନିକଟରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ନିବେଦନ କରିଥିଲେ। ଏହି ଶିବିରରେ ଆବାସ ଯୋଜନାରେ ସାମିଲ ହେବା ନେଇ ୪୧ ଗୋଟି ଅଭିଯୋଗ ଆସିଥିବା ବେଳେ ସାମାଜିକ ସୁରକ୍ଷା ଯୋଜନା ପାଇଁ ୩ ଗୋଟି ଅଭିଯୋଗ ଦାଖଲ ହେଇଥିଲା। ସର୍ବମୋଟ ୪୫ ଗୋଟି ଅଭିଯୋଗ ଦାଖଲ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ପଞ୍ଚାୟତର ସମସ୍ତ କର୍ମଚାରୀଙ୍କ ସମେତ ପଞ୍ଚାୟତ ପ୍ରତିନିଧିମାନେ ସକ୍ରିୟ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories