ଚେନ୍ନାଇ: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା। ଏନଡିଏ ମେଣ୍ଟରୁ ଏଆଇଏଡିଏମକେ ଅଲଗା ହୋଇଯାଇଛି ବୋଲି ଆଜି ତାମିଲନାଡ଼ୁ ପାର୍ଟି ମୁଖ୍ୟ କାର୍ଯ୍ୟାଳୟରେ ଅୁନଷ୍ଠିତ ବୈଠକ ପରେ ଘୋଷଣା କରାଯାଇଛି। ଆସନ୍ତା ଲୋକସଭା ନିର୍ବାଚନରେ ଏଆଇଏଡିଏମକେ ଏକାକି ନିର୍ବାଚନ ଲଢ଼ିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଏଠାରେ ସୂଚନା ଯୋଗ୍ୟ ଯେ କିଛିଦିନ ହେବ ବିବାଦୀୟ ମନ୍ତବ୍ୟକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦ ଲାଗିରହିଥିଲା। ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଏନ ଆନ୍ନା ଦୁରାଇ ଏବଂ ତାମିଲନାଡ଼ୁ ବିଜେପି ମୁଖ୍ୟ କେ.ଆନ୍ନାମଲାଇଙ୍କ ମଧ୍ୟରେ ତିକ୍ତତା ତଥା ବିବାଦୀୟ ମଣ୍ଡବ୍ୟ ଲାଗି ରହିଥିବା ଦେଖିବାକୁ ମିଳିଥିଲା। ମଦୁରାଇରେ ଏକ କାର୍ଯ୍ୟକ୍ରମରେ ଅନ୍ନଦୁରାଇ ହିନ୍ଦୁ ଧର୍ମକୁ ଅପମାନିତ କରିଥିବା ଅଭିଯୋଗ ହେବା ପରେ ଅନ୍ନାମଲାଇଙ୍କ ମନ୍ତବ୍ୟ ଏକ ବିବାଦ ସୃଷ୍ଟି କରିଥିଲା। ଅନ୍ନଦୁରାଇଙ୍କୁ ମଦୁରାଇରେ ଲୁଚାଇ ରଖାଯାଇଛି ଏବଂ ସେ କ୍ଷମା ମାଗିବା ପରେ ସେ ଖସି ପଳାଇଛନ୍ତି ବୋଲି ବିଜେପି ନେତା ପକ୍ଷରୁ ଅଭିଯୋଗ ଅଣାଯାଇଛି।



