www.samajalive.in
Monday, December 15, 2025
24.1 C
Bhubaneswar

ଆଶୀର୍ବାଦ ସେବା ସଂଗଠନ ପକ୍ଷରୁ ଶିଶୁଙ୍କୁ ପୋଷାକ ବଣ୍ଟନ

ରେଙ୍ଗାଲିକ୍ୟାମ୍ପ: ସମାଜ ସେବାର ମହାନ ଉଦ୍ଦେଶ୍ୟ ନେଇ ଅତାବିରାରେ ଗଢି ଉଠିଥିବା ଆଶୀର୍ବାଦ ସେବା ସଂଗଠନ ଆଗେଇ ଚାଲିଛି ଲୋକଙ୍କ ସେବାରେ। ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର ମହାନ ଗଣ ପର୍ବ ନୂଆଖାଇ। ଏହି ପର୍ବରେ ସମସ୍ତେ ନୂଆ ଲୁଗା ପିନ୍ଧି ନୂଆ ଖାଇଥାନ୍ତି। ହେଲେ ଆର୍ଥିକ ଅନଟନ ଭିତରେ ରହି ଗରିବ ଶ୍ରେଣୀର ଶିଶୁମାନେ ସେହି ପର୍ବ ପର୍ବାଣୀକୁ ଉପଭୋଗ କରି ପାରି ନଥାନ୍ତି। ପ୍ରତିବର୍ଷ ସଂଗଠନ ପକ୍ଷରୁ ନୂଆଖାଇ ପୂର୍ବରୁ ଲୋକଙ୍କୁ ପୋଷାକ ବଣ୍ଟନ କରାଯାଇଥାଏ। ତେଣୁ ଚଳିତ ବର୍ଷ ମଧ୍ୟ ଗରୀବ ଶିଶୁମାନଙ୍କୁ ଏହି ଅନୁଷ୍ଠାନ ନୂତନ ପୋଷାକ ବଣ୍ଟନ କରିଛି। ସଂଗଠନର ସଭାପତି ତଥା ସମାଜସେବୀ କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ତତ୍ତ୍ୱାବଧାନରେ ସମ୍ପାଦକ ଲେଶଦେବ ପ୍ରଧାନ, କୋଷାଧ୍ୟକ୍ଷ ଆଜିର ପ୍ରଧାନ, ସଭ୍ୟ ଦୁର୍ୟ୍ୟୋଧନ ଗଡତିଆ, ଦିଲୀପ ସାହୁ, ସାଧୁ ଗଡତିଆ, ଅଜିତ ପ୍ରଧାନ, ମନୋରଞ୍ଜନ ପ୍ରଧାନ, ସାମ୍ବାଦିକ ଆକାଶ ମିଶ୍ର, ଜନକରାମ ଦାଶ ପ୍ରମୁଖ ଉପାନ୍ତ ଅଞ୍ଚଳ ଯଥା ବେଳବାହାଲି, ଘନ ଘାଟି, ଖରମୁଣ୍ଡା ଆଦି ଗ୍ରାମମାନଙ୍କୁ ଯାଇ ସେଠାକାର ଗରିବ ଶିଶୁମାନଙ୍କୁ ପୋଷାକ ବାଣ୍ଟିଥିଲେ। ନୂଆଖାଇ ପାଇଁ ନୂତନ ପୋଷାକ ପାଇ ପିଲାମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। ସଂଗଠନର ଏତାଦୃଶ କାମକୁ ଅଞ୍ଚଳରେ ସାଧୁବାଦ ଦିଆଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories