www.samajalive.in
Sunday, December 14, 2025
23.1 C
Bhubaneswar

କୋଚିଲାଖାଇ ସରକାରୀ ଜମି ଜବରଦଖଲ ଅଭିଯୋଗ; ଉଚ୍ଛେଦ ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ଗ୍ରାମବାସୀ

ହରଭଙ୍ଗା: ହରଭଙ୍ଗା ତହସିଲ ଅର୍ନ୍ତଗତ ସୁରୁଣ୍ଡି ମୌଜାର ପଶ୍ଚିମ ସରହଦକୁ ଲାଗିରହିଥିବା କୋଚିଲାଖାଇ ସରକାରୀ ଜମି ଜବରଦଖଲ ଘଟଣାରେ ସୁରୁଣ୍ଡି ଗ୍ରାମବାସୀ ସୋମବାର ହରଭଙ୍ଗା ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତୁରନ୍ତ ନିରପେକ୍ଷ ତଦନ୍ତ କରି ଜବରଦଖଲ ଜମି ଉଛେଦ ପାଇଁ ସେମାନେ ତହସିଲଦାରଙ୍କୁ ଦାବୀ କରିଛନ୍ତି।

ପ୍ରକାଶ ଯେ, ଏହି ତହସିଲ ଅର୍ନ୍ତଗତ ହରଭଙ୍ଗା ଆର.ଆଇ ସର୍କଲ ଅଧିନରେ ସୁରୁଣ୍ଡି, ସମ୍ବଲପୁର, ଶଙ୍କରଡା, ବିଶିପାଲି, ଭେଜିଗୁଡା, ମଲ୍ଲିକପଡ଼ା ଓ ଛେଳିଖାଇ ମୌଜା ଅଧିନରେ ୮ଶହ ଏକର ଜଙ୍ଗଲ ଓ ପାହାଡ ଜମି ୧୯୯୦ ମସିହା ପୂର୍ବରୁ ଅଣବନ୍ଦୋବସ୍ତଭାବେ ରହିଥିଲା। ୧୯୯୦ ମସିହା ବନ୍ଦୋବସ୍ତରେ ଉକ୍ତ ୮ଶହ ଏକର ଜମିକୁ କୋଚିଲାଖାଇ ନାମରେ ଅଣବସ୍ତି ବାସିନ୍ଦା ରାଜସ୍ୱ ମୌଜା କରାଯାଇଛି। ସେଥିରୁ ସୁରୁଣ୍ଡି ମୌଜାର ପଶ୍ଚିମପାଖ ସରହଦକୁ ଲାଗିରହିଥିବା କୋଚିଲାଖାଇ ଜଙ୍ଗଲର ୮୦ଏକର ଜମି ରହିଛି। ୨୦୦୩ ମସିହାରେ ଉକ୍ତ ଜମିରେ ବନବିଭାଗ ପକ୍ଷରୁ ଏକ ଜଗନ୍ନାଥ ବନପ୍ରକଳ୍ପ କରାଯାଇଛି। ଏହାପରେ ସୁରୁଣ୍ଡି ବନସୁରକ୍ଷା ସମିତି ଜରିଆରେ ଜଗୁଆଳି ରଖି ବନବିଭାଗ ପକ୍ଷରୁ ଏହାର ରକ୍ଷଣାବେକ୍ଷଣା କରାଯାଉଥିଲା। ଜଗୁଆଳୀକୁ କାଢିଦେବା ପରେ ବର୍ତମାନ କିଛି ଅସାମାଜିକ ଲୋକ ସେଥିରୁ ଲଗାଇଯାଇଥିବା ମୂଳ୍ୟବାନ ଗଛ କାଟି ନିଜର ଚାଷଜମି କରି ଜବରଦଖଲ ଚଳେଇଛନ୍ତି। ଆଉ କିଛି ଲୋକ କ୍ଷେତ ସହିତ ସ୍ଥାୟୀ ଘର କରି ଜବରଦଖଲ କରିଛନ୍ତି।ଯାହାଫଳରେ ସୁରୁଣ୍ଡି ଲୋକେ ବନ୍ୟାସମୟରେ ଗାଈ, ଗୋରୁ ଚାରଣ ପାଇଁ ବଂଚିତ ହେଉଛନ୍ତି। ତେଣୁ ଏ ଦିଗରେ ତହସିଦାର ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଜବରଦଖଲ ଉଛେଦ ପାଇଁ ଗ୍ରାମର କାଳନ୍ଦୀଚରଣ କ୍ଷେତୀ, କୃତିବାସ କମ୍ପ, ଛବି ଦେହୁରୀ, ରାମଚନ୍ଦ୍ର ଭୋକ୍ତା, ଭାଗିରଥି କ୍ଷେତି ପ୍ରମୁଖ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି। ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବୀ ଉଠୁଛି।

- Advertisement -

 

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories