ମୋଦୀଙ୍କୁ ପ୍ରଶଂସା- ଭାରତକୁ ଆଗକୁ ବଢିବାରେ କେହି ରୋକି ପାରିବେନି ବୋଲି କହିଲେ ଆମେରିକାର ଉଦ୍ୟୋଗପତି ‘ରେ ଡେଲିଆ’

ନୂଆଦିଲ୍ଲୀ-ଆମେରିକାର ନିବେଶକାରୀ ତଥା ଉଦ୍ୟୋଗପତି ରେ ଡେଲିଆ ଭାରତକୁ ଆଗକୁ ବଢିବାରେ କେହି ରୋକି ପାରିବେ ନାହିଁ ବୋଲି କହିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଶଂସା କରିଛନ୍ତି । ଚୀନ୍‌ ଯେମିତି ପ୍ରଗତି କରି ବିଶ୍ୱର ଶ୍ରେଷ୍ଠ ଅର୍ଥନୀତିରେ ସାମିଲ ହୋଇପାରିଛି ଭାରତ ସେହିପରି ହୋଇଯିବ ବୋଲି ରେ ଡେଲିଆ କହିଛନ୍ତି ।

ସେ ମୋଦୀଙ୍କ ଚୀନ୍‌ର ଜଣେ ଶ୍ରେଷ୍ଠ ନେତାଙ୍କ ସହ ତୁଳନା କରିଛନ୍ତି । ଭାରତର ସମ୍ଭାବିତ ବିକାଶ ଦର ଏବେ ସବୁଠାରୁ ଅଧିକ। ୧୯୮୪ ମସିହାରେ ଚୀନ୍‌ର ବିକାଶ ଦର ଏହି ସ୍ଥାନରେ ଥିଲା । ଭାରତ ଏବେ ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏବେ ଭାରତକୁ କେହି ରୋକି ପାରିବେ ବୋଲି ସେ ଭାବୁନାହାନ୍ତି ବୋଲି କହିଛନ୍ତି ।

ଏବେ ତାଙ୍କ ନିକଟରେ ଭାରତ ସହ ଦୁନିଆଁରେ ଶ୍ରେଷ୍ଠ ଦେଶମାନଙ୍କର ଆଗାମୀ ବର୍ଷମାନଙ୍କର ବିକାଶଦର ସାମ୍ଭବ୍ୟ ତଥ୍ୟ ରହିଛି । ଭାରତରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଆଗରୁ ଏହାର ଅନେକ ସୁଫଳ ମିଳିବ ବୋଲି ସେ କହିଛନ୍ତି ।

Comments are closed.