www.samajalive.in
Sunday, December 7, 2025
26.1 C
Bhubaneswar

ଅମୃତସର ବିସ୍ଫୋରଣ  ଅଭିଯୁକ୍ତକୁ ୫ ଦିନ ରିମାଣ୍ଡରେ ନେଲା ପଞ୍ଜାବ ପୁଲିସ

ଅମୃତସର .- ପଞ୍ଜାବର ଅମୃତସର ନିରାଙ୍କାରୀ ଭବନ ଉପରେ ଗ୍ରିନେଡ୍‌ ବିସ୍ଫୋରଣ କରିବା ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତର ନାମ ବିକ୍ରମଜିତ୍‌ ସିଂ । ବ୍ରିକମ ଜିତ୍‌ ସିଂ ସହ ଆଉଜଣେ ଅଭିଯୁକ୍ତ ନିରାଙ୍କରୀ ଭବନ ନିକଟକୁ ଏକ ମଟର ସାଇକେଲ୍‌ରେ ଆସିବା ସହ ପାକିସ୍ତାନରେ ନିର୍ମିତ ଏକ ହ୍ୟାଣ୍ଡ ଗ୍ରିନେଡ୍‌ ଫିଙ୍ଗିଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ବିକ୍ରମିଜିତ୍‌ ସିଂର ପରିବାର ଲୋକ ତାକୁ ନିରୀହ କହିବା ସହ, ମିଛରେ ତାକୁ ଫସାଯାଇଥିବା କହିଛନ୍ତି । ହେଲେ ପୁଲିସ ବିକ୍ରମଜିତ୍‌ ଓ ତାହାର ସହଯୋଗୀ କିପରି ବିସ୍ଫୋରଣ କରିଥିଲେ  ସେ ବିଷୟରେ ପ୍ରମାଣ ଦେଇଛି  । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ନିର୍ଦେଶରେ ଏହି ଆତଙ୍କବାଦୀ ଆକ୍ରମଣ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ଖଲିସ୍ତାନ ବିଚ୍ଛିନ୍ନତାବାଦୀଙ୍କ ସହାୟତାରେ ଆଏସ୍‌ଆଇ ଏହି ଆକ୍ରମଣ କରିଛି।

ବିକ୍ରମ ସିଂଙ୍କୁ ଓ ଅବତାର ସିଂ ଦୁଇ ଜଣ ଆତଙ୍କବାଦୀ ଏହି ଆକ୍ରମଣ କରିଛନ୍ତି । ନଭେମ୍ବର ୧୮ ତାରିଖରେ ଏମାନେ ଏକ ମଟରସାଇକେଲ୍‌ରେ ଆସି ନିରଙ୍କାରୀ ଭବନ ଉପରେ ଗ୍ରିନେଡ୍‌ ଫିଙ୍ଗିଥିଲେ । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଥିଲେ । ଏହାପରେ ପଞ୍ଜାବ ପୁଲିସ ପକ୍ଷରୁ ବ୍ୟାପକ ଖାନ୍‌ତଲାସୀ ଆରମ୍ଭ ହୋଇଥିଲା ।  ବିକ୍ରମଜିତ୍‌ ପଞ୍ଜାବର ଧରିଓ୍ୱାଲ ଗ୍ରାମର ହୋଇଥିବା ବେଳେ ଅବତାର ସିଂ ଆଜନାଲାର ବାସିନ୍ଦା । ବିକ୍ରମଜିତ୍‌କୁ ଲୋହାରକ୍‌ ଗ୍ରାମରୁ ଗିରଫ କରାଯାଇଥିବା ବେଳେ ଅବତାର ସିଂ ଫେରାର ଅଛି । ଆକ୍ରମଣବେଳେ ବ୍ୟବହାର କରାଯାଇଥିବା ମଟରସାଇକେଲ୍‌କୁ ଜବତ କରାଯାଇଛି । ବିକ୍ରମଜିତ୍‌ ଆଇଏସ୍‌ଆଇର ଇସାରାରେ କିପରି ଆକ୍ରମଣ କରିଥିଲା ସେ ବିଷୟରେ ପୁଲିସ ଆଗରେ ସୂଚନା ଦେଇଛି।  ପାକିସ୍ତାନରେ ଥିବା ଖଲିସ୍ତାନ ଆତଙ୍କବାଦୀ ହରମିତ୍‌ ସି ଓରଫ୍‌ ହାପି ସିଂ ପିଏଚ୍‌ଡିର ନିର୍ଦେଶରେ ଏହି ଆକ୍ରମଣ କରାଯାଇଥିବା ସେ କହିଛି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories