ଭଙ୍ଗାଘରେ ୩୦ ବର୍ଷ ଜୀବନ ବିତିଛି – ପାଠ ଯୋଗୁଁ ଏବେ ବିଶାଳ ମହଲରେ ରହୁଛନ୍ତି

ନୂଆଦିଲ୍ଲୀ – ୩୦ ବର୍ଷ ଧରି ଭଙ୍ଗା ଘରେ ଜୀବନ ବିତିଥିଲା । ଏବେ ଏହି ଭଙ୍ଗାଘରର ଫଟୋ ସେୟାର କରିଛନ୍ତି ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ । ସେ ଏବେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରଙ୍କର ଓଏସ୍‌ଡି ଅଛନ୍ତି । ବରିଷ୍ଠ ଆଇଏଏସ୍‌ ଅଧିକାରୀ ନେଲାୟାପନ୍ନ ବି । ପିଲା ବେଳେ ସେ ଦାରିଦ୍ର୍ୟତାକୁ ଦେଖିଛନ୍ତି । ହେଲେ ପାଠପଢା କେବେ ଛାଡି ନଥିଲେ । କଠିନ ପରିଶ୍ରମ ଯୋଗୁଁ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।

ଜୀନବର ପ୍ରଥମ ୩୦ ବର୍ଷ ତାଙ୍କ ବାପା ମାଆ ଏବଂ ୪ ଭାଇ ଭଉଣୀଙ୍କ ସହ ଏକ ଭଙ୍ଗା ଘରେ କଟିଥିଲା। ଟଙ୍କା ନଥିଲେ ବି ଭଲ ପାଠ ପଢିବାରୁ ଏବେ ଭଲ ସରକାରୀ ବଙ୍ଗଳାରେ ରହିପାରୁଛନ୍ତି ବୋଲି ସେ କହିଛନ୍ତି ।

prayash

ଭଲ ପାଠ ପଢା ଅନେକ ଜିନିଷୟ ବିକଳ୍ପ , ଟଙ୍କା ନଥିଲେ ବି କଠିନ ପରିଶ୍ରମ କରି ପାଠ ପଢି ହେବ ବୋଲି ସେ ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି ।

Comments are closed.