www.samajalive.in
Monday, December 15, 2025
24.1 C
Bhubaneswar

ବିଧାୟକଙ୍କ ଦ୍ଵାରା ମା’ ଗୃହ ଉଦଘାଟିତ 

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସ୍ଥିତ ଏସବିଆଇ ଏଟିଏମ୍ ପାର୍ଶ୍ଵରେ  ଜାତୀୟ ସ୍ୱାସ୍ଥ୍ୟ ମିଶନର ଗର୍ଭବତୀ ମହିଳା ମାନଙ୍କର ଯତ୍ନ ଓ ନିରାପଦ ମାତୃତ୍ୱ ଆଭିମୁଖ୍ୟର ପରିପୂର୍ତ୍ତି ନିମନ୍ତେ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଆଲିଶା ସେଛାସେବୀ ଅନୁଷ୍ଠାନ  ଆନୁକୁଲ୍ୟରେ ପରିଚାଳିତ ମା’ ଗୃହ  ଉଦଘାଟିତ ହୋଇଯାଇଛି। ଏହି ମା’ ଗୃହରେ ଯେଉଁ ଗର୍ଭବତୀ ମହିଳା ମାନଙ୍କର ଘର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଦୂରତା ଅଧିକ ରହିଥିବ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ନିମନ୍ତେ ଗମନାଗମନର ବ୍ୟବସ୍ଥା  ସେତେଟା ଭଲ ନଥିବ ସେହିପରି ଗ୍ରାମାଞ୍ଚଳର ଗର୍ଭବତୀ ମହିଳା ମାନଙ୍କର ପ୍ରସବକାଳୀନ ତାରିଖର ୭ ଦିନ କିମ୍ବା ୧୦ଦିନ ପୂର୍ବରୁ ପ୍ରଥମେ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରି ସାରିବା ପରେ ମା’ ଗୃହରେ ଥଇଥାନ କରାଯାଇ ପ୍ରସବ ତାରିଖ ଦିନ ଆସିବା ପରେ ସେହି ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ସହ ପ୍ରସବ କରାଇ  ଘରେ ଛଡା ଯାଇଥାଏ ବୋଲି ଜଣାପଡ଼ିଛି।
ଅଲିଭା ସଂଗଠନର ସଭାନେତ୍ରୀ ବାସନ୍ତୀ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦ୍‌ଘାଟନ ଉତ୍ସବରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାମନାଗୁଡା ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ, ବ୍ଲକ ଅଧ୍ୟକ୍ଷ ରବି ଗମାଙ୍ଗ, ପାରିଖିତି ସରପଞ୍ଚ ସୂର୍ଯ୍ୟରାଓ କୁମ୍ଭିରିକା, ସମିତି ସଭ୍ୟ କମଳଲୋଚନ ମୁଟିକା, ସମିତି ସଭ୍ୟା ଲକ୍ଷ୍ମୀ କାଡ୍ରାକା, ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର, ଜିଲ୍ଲା ପରିଷଦ ସଭ୍ୟ (ଖ)ସୁରେଶ ଗମାଙ୍ଗ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦାମୋଦର କୈବର୍ତ୍ତ,ଡିଏମ ଭଗବାନ ମେହେର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ଗମାଙ୍ଗ ମା ଗୃହକୁ ବୁଲି ଦେଖିବା ସହ ଗର୍ଭବତୀଙ୍କର ଖାଦ୍ୟ ପେୟ ସମ୍ପର୍କରେ ବୁଝିବା ସହ ସେମାନଙ୍କ ଯତ୍ନ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଗର୍ଭବତୀଙ୍କୁ କ୍ଷୀର, ପାଉଁରୁଟି ଆଦି ମଧ୍ୟ ପ୍ରଦାନ କରିଥିଲେ।ଏହି ମା’ ଗୃହରେ ଆଲିଶା ସଂସ୍ଥାର ଫାଇନାନ୍ସ ମ୍ୟାନେଜର ନୃସିଂହନାଥ ମହାପାତ୍ର,ସିସିଏ ଉଷାବତୀ ଶବର, ମହିଳା ସ୍ବାସ୍ଥ୍ୟକର୍ମୀ ନମିତା ମାଣ୍ଡାଙ୍ଗି, କୋଡିନେଟର ଜାନକୀ ଗମାଙ୍ଗ ପ୍ରମୁଖ ଦାୟିତ୍ୱରେ ରହି ପ୍ରତ୍ୟେକ ଦିନ ମା’ ଗୃହରେ ରହୁଥିବା ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କର ଖାଦ୍ୟପେୟର ସମସ୍ତ ପ୍ରକାର ସହାୟତା ପ୍ରଦାନ ସହ ଏଥିରେ ବିଭିନ୍ନ ଉପାନ୍ତ ଗ୍ରାମକୁ ଆମ୍ବୁଲାନ୍ସ ଯିବା ଆସିବା ନିମନ୍ତେ  ଅସୁବିଧା ଥିବା ଗ୍ରାମର ଗର୍ଭବତୀ ମହିଳାଙ୍କୁ ପ୍ରଧାନ୍ୟ ଦିଆଯିବା ସହ ଏଥିରେ ରାମନାଗୁଡା ବ୍ଲକର ୧୫୦ଗ୍ରାମର ଗର୍ଭବତୀ ମହିଳା ଉପକୃତ ହୋଇପାରିବେ ବୋଲି ଉକ୍ତ ସଂସ୍ଥାର ସଭାନେତ୍ରୀ ଶ୍ରୀମତୀ ମହାପାତ୍ର କହିଛନ୍ତି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories