www.samajalive.in
Monday, December 15, 2025
27.1 C
Bhubaneswar

ତିନି ଭାଇଭଉଣୀଙ୍କୁ ‘ସମାଜ’ ବଢାଇଲା ସହାୟତାର ହାତ

ଗୁରୁଡିଝାଟିଆ :  ଦୁନିଆ କ’ଣ ଜାଣିବା ପୂର୍ବରୁ ମାଆ ରୋଗରେ ପଡି ଆରପାରିକୁ ଚାଲିଗଲା । ଅସହାୟ ହୋଇପଡିଲେ ୩ ଭାଇଭଉଣୀ । ଉଜୁଡିଗଲା ଶୈଶବ। ଅପପୁଷ୍ଟିରେ ଆକ୍ରାନ୍ତ ହୋଇପଡିଛନ୍ତି ୩ ଭାଇଭଉଣୀ। ‘ସମାଜ’ରେ ତଥ୍ୟଭିତ୍ତିକ ଖବର ‘‘ମା ମରିଗଲା ପରେ ଉଜୁଡିଯାଇଛି ଶୈଶବ, ୮ବର୍ଷର ଭଉଣୀ ହାତରେ ୬ମାସ ଶିଶୁର ଭାଗ୍ୟ” ଶୀର୍ଷକ ଖବର ପ୍ରକାଶ ପରେ ‘ସମାଜ’ରିିଲିଫ କମିଟିର ଅଧ୍ୟକ୍ଷ ତଥା ଲୋକ ସେବକ ମଣ୍ଡଳ ଓଡିଶା ଶାଖାର ଅଧ୍ୟକ୍ଷ ନିରଞ୍ଜନ ରଥ ଗୋବରା ପଞ୍ଚାୟତର ଖାକ୍ସା ଗ୍ରାମରେ ପହଞ୍ଚିଥିଲେ। ବଡ ଭଉଣୀ ଲିସା ୬ମାସର ସାନଭଉଣୀ ଆଲିସାକୁ କୋଳରେ ଧରି ବୋତଲରେ ଖୋଇବାରେ ଲାଗିଛି। ହେଲେ ତାର ପେଟ ପୁରୁନି। କାନ୍ଦିକରି ରଡି କରୁଛି । ୧୧ଦିନ ହେଲା ହରାଇଥିବା ମାଆକୁ ନପାଇ ଝୁରି ହେଉଥିଲା ଆଲିସା। ମାଆ କ୍ଷୀରକୁ ଚାହିଁ ବସିଥିବା ବେଳେ ତାହା ବା କେଉଁଠାରୁ ମିଳିବ। ସାନଭାଇ ଜୟଜିତ୍ ମଧ୍ୟ ବିସ୍କୁଟ ଖଣ୍ଡିଏ ଧରି ଖାଉଥିବା ଚିତ୍ରକୁ ଦେଖି ଶ୍ରୀ ରଥ ବ୍ୟଥିତ ହୋଇଥିଲେ। ପିଲା ୩ଙ୍କର ବଡବାପା ଲାଦୁରା କାଲୁଡିଆଙ୍କ ସହିତ ଶ୍ରୀ ରଥ କଥା ହୋଇଥିଲେ। ‘ସମାଜ’ ରିଲିଫ ପକ୍ଷରୁ ୩ଭାଇଭଉଣୀଙ୍କୁ ଅମୂଲ, ବିସ୍କୁଟ ,ଚୁଡା, ଚିନି ଓ ୧ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ପ୍ରତ୍ୟେକ ମାସରେ ୧ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।

ପ୍ରକାଶଯୋଗ୍ୟ ଆଠଗଡ ବ୍ଲକ ଅନ୍ତର୍ଗତ ଗୋବରା ପଞ୍ଚାୟତର ଜନଜାତି ଅଧ୍ୟୁଷିତ ଗାଁ ଖାକ୍ସା ବାବୁଲା କାଲୁଡିଆ ଓ ରାନୀ କାଲୁଡିଆର ୩ଟି ସନ୍ତାନ । ମାଆ ରାନୀ ରୋଗରେ ପଡି ଗତ ୧୧ଦିନ ତଳେ ମୃତ୍ୟୁବରଣ କରିଅଛି। ବାପା ବାବୁଲା ଅପରାଧ ଅଭିଯୋଗରେ ବିଚାରଧିନ ଅବସ୍ଥାରେ ହାଜତରେ । ଏକାସାହା ଥିବା ମାଆ ଆରପାରିକୁ ଗଲାପରେ ବେସାହାରା ହୋଇପଡଲେ ୩ଭାଇଭଉଣୀ। ସେମାନଙ୍କ ଭାଗ୍ୟ ଆକାଶରେ ମାଡି ଆସିଲା କଳା ବାଦଲ। ସ୍ୱପ୍ନ ଦେଖିବା ଆଗରୁ ଚୁରମାର ହୋଇଗଲା। ସକାଳର ସୂର୍ଯ୍ୟ ସେମାନଙ୍କ ପାଇଁ ଆଉ ଉଇଁଲା ନାହିଁ । ତେଣୁ ବଡଝିଅ ଲିସା ୩ୟଶ୍ରେଣୀରେ ପାଠଛାଡି ସାନଭାଇ ଜୟଜିତ୍(୮) ଓ ସାନଭଉଣୀ ଆଲିସା(୬ମାସ)କୁ ବଢାଇବା ପାଇଁ ଘରକୁ ପଳାଇଆସିଛି । ଲିସା ଠିକ୍ ସେ ଦୁନିଆ କଣ ଦେଖିନଥିବା ବେଳେ ତାର କୋଳରେ ସାନଭଉଣୀ ଆଲିସାକୁ ଧରି ଭାଗ୍ୟ ଗଢିବା ପାଇଁ ଆବୋରି ନେଇଛି। କଣ ବା କରିପାରିଥାନ୍ତା ସେ । ନିଜର କର୍ତ୍ତବ୍ୟ ସଂପାଦନ କରୁଛି। ମାଆ ଠାରୁ କ୍ଷୀର ଖାଇବା ପାଇଁ ସାନପିଲାଟି ବିକଳ ହୋଇପଡୁଥିବା ବେଳେ ଅପପୃଷ୍ଟିରେ ଆକ୍ରାନ୍ତ ହୋଇ ଆଖି ପଶିଯାଇଛି। ପଞ୍ଚାୟତ କର୍ତ୍ତୃପକ୍ଷ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ଦେଇ ବସିଯାଇଥିବା ବେଳେ ଅଙ୍ଗନୱାର୍ଡି ପକ୍ଷରୁ ଛତୁଆ, ହାଲୁଆ ଓ ଅଣ୍ଡା ପ୍ରଦାନ କରାଯାଇଛି। ହେଲେ ପୃଷ୍ଟିସାର ଜାତୀୟ ଖାଦ୍ୟ ଓ ଉତ୍ତମ ଚିକିତ୍ସାବ୍ୟବସ୍ଥା ପ୍ରତି ଆଖିବୁଜିଦେବା ଆମ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories