www.samajalive.in
Monday, December 15, 2025
15.1 C
Bhubaneswar

ଚୋରି ମୋଟରସାଇକେଲ ସହ ଯୁବକ ଗିରଫ,୨ ମୋଟରସାଇକେଲ ଜବତ

ଗୋପାଳପୁର : ଗୋପାଳପୁର ଥାନା ପୁଲିସ ଗୋପାଳପୁର ଏବଂ ଛତ୍ରପୁର ଥାନା ଇଲାକାରୁ ଚୋରି ଯାଇଥିବା ୨ଟି ମୋଟରସାଇକେଲ ଜବତ ସମେତ କରିବା ସହ ମୋଟରସାଇକେଲ ଚୋରକୁ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ଯୁବକ ଜଣକ ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ପାଣି ପମ୍ପ ସନ୍ନିକଟ ଅଞ୍ଚଳର ଶ୍ରୀଧର ବେହେରା (୨୯ ) ବୋଲି ପୁଲିସ ସୂଚନା ଦେଇଛି । ଥାନା ଆଇଆଇସି ବିବେକାନନ୍ଦ ସ୍ବାଇଁ ଓ କିଛି କର୍ମଚାରୀ ସୋମବାର ନାରାୟଣପୁର ଛକ ଠାରେ ପାଟ୍ରୋଲିଂ କରୁଥିବା ସମୟରେ ଆଇଆରଇ ପଟୁ ଶ୍ରୀଧର ଏକ ମୋଟରସାଇକେଲ ସହ ଦୃତ ଗ୍ରତିରେ ଆସୁଥିବା ବେଳେ ପୁଲିସକୁ ଦେଖି କରାପଲ୍ଲୀ ପଟକୁ ଚାଲି ଯାଇଥିଲା । ପୁଲିସ ତା’ର ପିଛା କରି କରାପଲ୍ଲୀ ରାସ୍ତା ରେ ଶ୍ରୀଧରକୁ କାବୁ କରିବା ସହ ମୋଟରସାଇକେଲକୁ ଜବତ କରି ତଦନ୍ତ କରିଥିଲେ। ତଦନ୍ତ ସମୟରେ ଧରା ପଡ଼ିଥିବା ମୋଟରସାଇକେଲଟିକୁ ଗତ  ଅଗଷ୍ଟ ୧୦ ତାରିଖରେ ଡୁରା କଳିଙ୍ଗ ବିହାର ଫେଜ ୧ ରୁ କେ ଚାନ୍ଦ୍ରେୟାଙ୍କ ବାସଭବନ ସମ୍ମୁଖରେ ଚୋରି କରିଥିବା ସ୍ବୀକାର କରିବା ସହ ଅନ୍ୟ ଏକ ମୋଟରସାଇକେଲକୁ ପୁତି ଗୋପାଳପୁର ଜାତୀୟ ରାଜପଥ ଛକରୁ ଚୋରି କରିଥିବା ସ୍ବୀକାର କରିଥିଲା। ଏ‌ହା ନେଇ ଚାନ୍ଦ୍ରେୟାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ପ୍ରକାରେ ଛତ୍ରପୁର ଥାନାରେ ହୋଇଥିବା ମାମଲା ରୁଜୁ ହୋଇଥିଲା। ଆଜି ଅଭିଯୁକ୍ତ ଶ୍ରୀଧରକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories