www.samajalive.in
Sunday, December 14, 2025
17.1 C
Bhubaneswar

ଗୋଟିଏ ରାତିରେ ଖୁଣ୍ଟକଟା ଅଞ୍ଚଳରେ ୪ଟି ସ୍ଥାନରେ ଚୋରି

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ ଖୁଣ୍ଟକଟା ପଞ୍ଚାୟତର ଖୁଣ୍ଟକଟା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ୨ଜଣଙ୍କ ଘରର ଝରକା ଗ୍ରିଲ ଭାଙ୍ଗି ଦୁର୍ବୁତ୍ତ ମାନେ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି।

ସେହିପରି ଏହି ପଞ୍ଚାୟତର ରାଧାଦର୍ଶନପୁରସ୍ଥିତ ସିଦ୍ଧେଶ୍ୱର ମନ୍ଦିର ଏବଂ ମହୀଧରପୁରର ବାଉତୀ ମନ୍ଦିରରୁ ମଧ୍ୟ ରବିବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଜଣାପଡିଛି । ଖୁଣ୍ଟୁକଟା ଗ୍ରାମର ସୁରେନ୍ଦ୍ର ଖଟୁଆଙ୍କ ଝରକା ଗ୍ରିଲ ଭାଙ୍ଗି ଦୁର୍ବୁତ୍ତ ଘରେ ପଶି ସୁନା ମଙ୍ଗଳସୁତ୍ର, ଏକ ହଳ କାନଫୁଲ, ୬ଟି ମୁଦି ସହିତ ୭୦ହଜାର ଟଙ୍କା ଲୁଟି ନେଇଥିବା ଆଠଗଡ ଥାନାରେ ସୁରେନ୍ଦ୍ର ଅଭିଯୋଗ କରିଛନ୍ତି । ସେହିପରି ପ୍ରଦୀପ କୁମାର ରାଉତଙ୍କ ଘରୁୁ ନଗଦ ୨ଲକ୍ଷ ଟଙ୍କା, ୫୦ଗ୍ରାମର ସୁନା ଓ ରୂପା ଅଳଙ୍କାର, ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏତଦ୍‌‌ବ୍ୟତୀତ ୨ଟି ଯାକ ମନ୍ଦିରରୁ ଠାକୁରଙ୍କର ସମସ୍ତ ପିତ୍ତଳ ବାସନକୁସନ ଓ ଘଣ୍ଟଘଣ୍ଟା ଆଦି ଚୋରି ହୋଇଥିବା ଗ୍ରାମବାସୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ନେତୃତ୍ୱରେ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories