www.samajalive.in
Monday, December 15, 2025
24.1 C
Bhubaneswar

୫ ପୁରାତନ ମନ୍ଦିରର ଉନ୍ନତି କରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

ଝୁମ୍ପୁରା : ଝୁମ୍ପୁରା ବ୍ଲକର ବିଭିନ୍ନ ପଞ୍ଚାୟତରେ ରହିଥିବା ସର୍ବପୁରାତନ ମନ୍ଦିର ଗୁଡିକର ଉନ୍ନତି କରଣ ନିମନ୍ତେ ପ୍ରଶାସନ ସ୍ୱତନ୍ତ୍ର ଭାବରେ ପଦକ୍ଷେପ ନେବା ସହିତ କାର୍ଯ୍ୟଗୁଡିକ ତ୍ୱରାନିତ କରିବା ପାଇଁ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଝୁମ୍ପୁରା ବ୍ଲକର ଖୁଟାପଡା ପଚାୟତର ଅସୁକି ସ୍ଥିତ ବାବା ଅମରେଶ୍ୱର ମନ୍ଦିର, ସୋଲଗୋଡା ବାବା ଧବଳେଶ୍ୱର ମନ୍ଦିର, ବଡଡୁମୁରିଆ ସ୍ଥିତ ସପ୍ନେଶ୍ବର ମନ୍ଦିର, ରଣୀପୁର ସ୍ଥିତ ସିଦ୍ଧେଶ୍ୱର ମନ୍ଦିର, ବାରିଆ ବିଶ୍ବେଶ୍ୱର ମନ୍ଦିରର ଉନ୍ନତି କରଣ କରିବା ନିମନ୍ତେ ‘ମୁଖ୍ୟମନ୍ତ୍ରୀ ସ୍ୱତନ୍ତ ସହାୟତା’ ଯୋଜନାରୁ ଅନୁଦାନ ପ୍ରଦାନ କରାଯାଇଛି । ସୋମବାର ଦିନ ଏହି ମନ୍ଦିର ଗୁଡିକର ଉନ୍ନତି ପାଇଁ  ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଝୁମ୍ପୁରା ବିଡିଓ ବିଚିତ୍ର କୁମାର କର,୧୭ ନମ୍ବର ଜିଲା ପରିଷଦ ସଭ୍ୟା ସୋମବାରୀ ମୁର୍ମୁ, ୧୮ ନମ୍ବର ଜିଲାପରିଷଦ ସଭ୍ୟ ରାଧାକାନ୍ତ ନାଏକ ଯୋଗଦାନ କରିଥିଲେ। ଖୁଟାପଡା ସରପଞ୍ଚ ରସିକ ନାଏକ, ସମିତି ସଭ୍ୟା ରଞ୍ଜନା ନାଏକ, ବିଜୁ ଯୁବ ଜନତା ଦଳର ବ୍ଲକ ସଭାପତି ଇଂ ହରିଭକ୍ତ କୁନା ଗିରି, ଉପ ସଭାପତି ଟୁନା ବାରିକ, ବଡଡୁମୁରିଆ ସରପଚ ରୁନ୍ଦ୍ର କୁମାର ନାଏକ, ସମିତି ସଭ୍ୟା ସିନୀ ମୁଣ୍ଡା, ବାରିଆ ସରପଞ୍ଚ ଅଲେଖ ଚନ୍ଦ୍ର ନାଏକ, ସମିତି ସଭ୍ୟା, ସୁଷମା ମୁଣ୍ଡା, କନିଷ୍ଠ ଯନ୍ତ୍ରୀ ରଣଜିତ ନାଏକ, ମନ୍ମମୟ ରାଉତରାୟ, ପୂର୍ବତନ ସମିତି ସଭ୍ୟ ଶିବ ଚରଣ ପ୍ରଧାନ, ମହେନ୍ଦ୍ର କୁମାର ସାହୁ,ସୁଶାନ୍ତ ପ୍ରଧାନ, ପରେଶ ବାରିକ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ ସଂପ୍ରତି ରାଜ୍ୟର ମୁଖ୍ୟମନ୍ତ୍ରୀ ସର୍ବପୁରାତନ ମନ୍ଦିର ଗୁଡିକର ଉନ୍ନତି କରଣ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ପୂର୍ବରୁ ଅନେକ ମନ୍ଦିର ଗୁଡିକରେ ଭକ୍ତଙ୍କ ପାଇଁ ପାନୀୟ ଜଳର ସୁବିଧା ନଥିଲା, ଆଶ୍ରୟ ସ୍ଥଳି ନଥିଲା, ଭୋଗଶାଳ ନଥିବାରୁ ଭକ୍ତ ମାନେ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସୁଥିବା ସମୟରେ ଏହି ସବୁ ଅସୁବିଧାର ସମ୍ମୁଖିନ ହେଉଥିଲେ। କିନ୍ତୁ ବର୍ତମାନ ରାଜ୍ୟ ସରକାର ମନ୍ଦିର ଗୁଡିକର ସର୍ବାଙ୍ଗିନ ଉନ୍ନତି ପାଇଁ ଅଣ୍ଟା ଭିଡି କାର୍ଯ୍ୟ ଆରମ୍ଭ କରିଛନ୍ତି ତାହା ଏକ ସ୍ୱାଗତ୍ୱ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ। ଅସୁକି ସ୍ଥିତ ବାବା ଅମରେଶ୍ୱର ମନ୍ଦିରର ଉନ୍ନତି କରଣ ପାଇଁ ମୁଖ୍ୟମନ୍ତ୍ରୀ ୧୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ସେହିପରି ସୋଲଗୋଡା ବାବା ଧବଳେଶ୍ୱର ମନ୍ଦିର ପାଇଁ ୧୦ ଲକ୍ଷ ପ୍ରଦାନ କରିଛନ୍ତି। ବଡଡୁମୁରିଆ ସ୍ଥିତ ପ୍ନେଶ୍ବର ମନ୍ଦିର ପାଇଁ ୧୦ ଲକ୍ଷ, ରାଣୀପୁର ସ୍ଥିତ ସିଦ୍ଧେଶ୍ୱର ମନ୍ଦିର ପାଇଁ ୧୨ ଲକ୍ଷ ଏବଂ ବାରିଆ ସ୍ଥିତ ବିଶ୍ବେଶ୍ୱର ମନ୍ଦିର ପାଇଁ ୧୫ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ମନ୍ଦିର ଗୁଡିକର କି ପ୍ରକାର  ଉନ୍ନତି କରଣ ହେବ ତାର ଖସଡା ବ୍ଲକ ପ୍ରଶାସନ ତିଆରି କରି ଅଳ୍ପ ଦିନ ମଧ୍ୟରେ କାମ ଆରମ୍ଭ ହେବ ଏବଂ ତିନିମାସ ମଧ୍ୟ ମନ୍ଦିର ଗୁଡିକର ସର୍ବାଙ୍ଗିନ ଉନ୍ନତି କରଣ କାମ ସରିବ ବୋଲି ବ୍ଲକ ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories