ରାଜ୍ୟ ସ୍ତରୀୟ ଯୁବ ଶିବିର ଉଦଯାପିତ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଯୁବ ଶିବିର ସୋମବାର ଉଦଯାପିତ ହୋଇଯାଇଛି। ତୋଫାନପରି  ଫାଉଣ୍ଡେସନ ଓ ଜାତୀୟ ଯୁବ ପ୍ରକଳ୍ପ ମିଳିତ ଆନୁକୂଲ୍ୟରେ ଆୟୋଜିତ ଶିବିରରେ ଓଡିଶା ପୁନର୍ଗଠନ ପାଇଁ ସ୍ୱଚ୍ଛ ଗାଁ  ସବୁଜ ଗାଁ, ସ୍ୱାବଲମ୍ବନ ଗାଁ, ସଦ ଭାବନା ଗାଁ ଓ ସ୍ୱଭିମାନୀ ଗାଁର ଏକ ନିଖୁଣ  ଚିତ୍ର ଅଙ୍କିବା ସହ ବିଭିନ୍ନ କାର୍ଯ୍ୟକ୍ରମର ଖସଡ଼ା  ତିଆରି କରାଯାଇଛି। ସମସ୍ତ ଶିବିରାର୍ଥୀମାନଙ୍କୁ  ନେଇ୧୦ଟି ଦଳ ଗଠନ କରାଯାଇ ପୁଙ୍ଖାନୁପୁଙ୍ଖ ଭାବେ ଚର୍ଚ୍ଚା କରି କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ନିଜ ଗାଁକୁ ସଫା ସୁତୁରା କରିବା, ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷ ଚାରା ରୋପଣ କାର୍ଯ୍ୟ ଆଗେଇ ନେବା, ଗ୍ରାମ ମାନଙ୍କରେ କୁଟୀର ଶିଳ୍ପର ବିକାଶ,ଅଣକୁଶଳୀ ଲୋକଙ୍କୁ କୁଶଳୀ କରିବା, ସରକାରୀ ଯୋଜନା ସହିତ ଯୁବ ପିଢିଙ୍କୁ ସମ୍ପୃକ୍ତ କରାଇବା ଓ ଗ୍ରାମରେ ଲୋକଙ୍କୁ ଶାନ୍ତି ସଦଭାବନା କରିବା ସହିତ ହିଂସା ମୁକ୍ତ, ନିଶାମୁକ୍ତ ବେକାରୀ ମୁକ୍ତ ଗାଁର ପରିକଳ୍ପନା କରି ଗ୍ରାମ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପରିକଳ୍ପନା କରାଯାଇଥିଲା। ଏହା ସହିତ ଅଗାମୀ ୨୦୪୭ ରେ ଏକ ବିକଶିତ ଭାରତର ପୁନର୍ଗଠନ ପାଇଁ ଯୁବକଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା ।

ତିନିଦିନ ଧରି ତାଲିମ ଦାତାଭାବେ ଡ଼ ପ୍ରବୀର କୁମାର ଦାସ, ସଂଗ୍ରାମ କେଶରୀ ସାମନ୍ତ ରାୟ, ରାନୁ ରଂଜିତା ମହାନ୍ତି, ଶ୍ରୀ ସୋମ ଭାଇ, ଅମୃତା ସିଂ, ସୁମନ୍ତ କେର୍କେଟା ପ୍ରମୁଖ ତାଲିମ ଦାତା ଭାବେ ତାଲିମ ପ୍ରଦାନ କରିଥିଲେ। ଉଦଯାପନୀ ଦିବସରେ ସକାଳୁ ଏକ ସଦଭାବନା ପଦଯାତ୍ରା କଲେଜ ପରିସରରୁ ବାହାରି ଭୈରବୀ ମନ୍ଦିର ପର୍ଯ୍ୟନ୍ତ ଯାଇ ଲୋକଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ।ଏହାପରେ ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ତୋଫାନପରି ଫାଉଣ୍ଡେସନର ସଭାପତି ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଯୁଗଳ ସାମଲ, ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ ସଂଯୋଜକ ମଧୁସୂଦନ ଦାସ, ଅଖିଳ ଭାରତୀୟ ମାରୱାଡି ଯୁବା ମଞ୍ଚର ସାଧାରଣ ସମ୍ପାଦକ ସୁନ୍ଦର ପ୍ରକାଶ ଅଗ୍ରୱାଲ ,ଫାଉଣ୍ଡେସନ ଉପଦେଷ୍ଟା ମନୋଜ ପ୍ରଧାନ, ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରମେଶ ଚନ୍ଦ୍ର ତାରେଣିଆ, ଜାତୀୟ ଯୁବ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ସଂଯୋଜକ ସୀତାକାନ୍ତ ସିଂହ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଭୋଇ ପ୍ରମୁଖ ମଞ୍ଚାସୀନ ରହି ଓଡିଶା ପୁନର୍ଗଠନ ଉପରେ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ। ଏଥିରେ ଓଡ଼ିଶାର ସମସ୍ତ ଜିଲ୍ଲାର କୋଣ ଅନୁକୋଣରୁ ନିଜସ୍ଵ ଖର୍ଚ୍ଚରେ ୧୮୦ ଜଣ ସ୍ୱେଚ୍ଛାସେବୀ ଯୋଗ ଦେଇ ବିକଶିତ ଓଡିଶା ପୁନର୍ଗଠନର ସଂକଳ୍ପ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ଶଙ୍କର୍ଷଣ ମହାନ୍ତି, ଶ୍ରଦ୍ଧାଞ୍ଜଳି ରାଉତରାୟ, ଚନ୍ଦନ ମେହେର, ଇମତ୍ୟାଜ ଖାଁ, ଆଶିଷ ପାତ୍ର, ପ୍ରତ୍ୟସ ଦାବୀ, ସୁପ୍ରିୟା ଦେହୁରୀ, ସତ୍ୟବାନ ମେହେର,ରଶ୍ମିତା ପ୍ରଧାନ, ଅମରେଶ୍ଵର ମହାକୁଳ,ଧରଣୀ ବିଭାର,ମନୋଜ ଭୁକ୍ତା, ସୁଧୀର ଦୀପ, ଯସ୍ମୀନ କୌଶର,ସୁନିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିବା ସହ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ମାନେ ମଧ୍ୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ସମ୍ପାଦକ ତୋଫାନ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଶେଷରେ ଆସମାନ ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଯୁବ ରେଡ଼କ୍ରସ ତରଫରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଏହାକୁ ଜିଲ୍ଲା ଯୁବ ରେଡ଼କ୍ରସ ସଂଯୋଜକ ସୁରେଶ୍ଵର ଯୋଶୀ ପରିଚାଳନା କରିଥିଲେ।

Comments are closed.