ଗାଜିଆବାଦ୍‌‌ ଓକିଲ ହତ୍ୟା ଘଟଣାର ପ୍ରତିବାଦ : ଆଠଗଡ ଓକିଲ ସଂଘର ଦାବିପତ୍ର ପ୍ରଦାନ

ଆଠଗଡ :  ଆଠଗଡ ଓକିଲ ସଂଘ ପକ୍ଷରୁ ନିକଟରେ ଉତ୍ତରପ୍ରଦେଶର ଗାଜିଆବାଦ ଠାରେ ଜଣେ ଆଇନଜୀବୀଙ୍କୁ ଅଦାଲତ ପରିସରରେ ତାଙ୍କ ନିଜ କାର୍ଯ୍ୟାଳୟ ଭିତରେ ପଶି ଦୁର୍ବୁତ୍ତମାନେ ଗୁଳିକରି ହତ୍ୟା କରିବା ଘଟଣାକୁ ଆଠଗଡ ଓକିଲ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଠଗଡ ଓକିଲ ସଂଘର ସଭାପତି ଜଗଦାନନ୍ଦ ତ୍ରିପାଠୀ ଓ ସଂପାଦକ ବନବିହାରୀ ସାହୁଙ୍କ ନେତୃତ୍ୱରେ ସଂଘର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଆଇନଜୀବୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ଦାବି କରିଥିଲେ। ଶୋଭାଯାତ୍ରା ପୂର୍ବରୁ ଅଦାଲତ ପରିସରରେ ଆୟୋଜିତ ପ୍ରତିବାଦ ସଭାରେ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ଫଣିଭୂଷଣ ରଥ ଅଦ୍ୱୈତ ଚରଣ ପଣ୍ଡା, ଶ୍ରୀନାଥ ରଥ, ପ୍ରସନ୍ନ କୁମାର ରାଉତ, ଅନିଲ ମହାପାତ୍ର, ପ୍ରମୋଦ କୁମାର ଜେନା, ଜ୍ଞାନରଞ୍ଜନ ଧଳସାମନ୍ତ ସୁବାସ ସାହୁ, ପ୍ରତାପ ଚନ୍ଦ୍ର ସେଠୀ, ରାମନାରାୟଣ ମହାନ୍ତି, ପ୍ରକାଶ କୁମାର ସେଠୀ ଓ ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ଉଦ୍‌‌ବୋଧନ ଦେଇ ଆଇନଜୀବୀଙ୍କୁ କାର୍ଯ୍ୟ କ୍ଷେତ୍ରରେ ଗୁଳିକରି ମାରିବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଆଇନଜୀବୀ ମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ଦାବି କରିଥିଲେ। ଶୋଭାଯାତ୍ରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସହକାରୀ ଜିଲ୍ଲାପାଳ ଶୁଭକଲ୍ୟାଣୀ ମହାପାତ୍ରଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

Comments are closed.