www.samajalive.in
Monday, December 15, 2025
24.1 C
Bhubaneswar

ଶିରିଆବାହାଳ ସ୍କୁଲକୁ ମିଳିଲା ଆଦର୍ଶ ବିଦ୍ୟାଳୟ ପୁରସ୍କାର

ଝୁମ୍ପୁରା: ୭୭ ତମ ସ୍ୱାଧିନତା ଦିବସ ଉପଲକ୍ଷେ କେନ୍ଦୁଝର ଜିଲାର ଧରଣୀଧର ମହାବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଜିଲାସ୍ତରୀୟ ସ୍ୱାଧିନତା ଦିବସ ଅବସରରେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ, ଏସପି କୁଶଲକର ନୀତିନ ଦାଗୁଡ, ଡିଏଫଓ ଧନରାଜ ହନୁମନ୍ତ, ଜିଲା ଶିକ୍ଷାଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଅନ୍ୟାନ୍ୟ ପଦାଧିକାରୀମାନଙ୍କ ଉପସ୍ଥିତିରେ ଝୁମ୍ପୁରା ବ୍ଲକ ବାଲିବନ୍ଧ ପଞ୍ଚାୟତ ଶିରିଆବାହାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଚାରାରୋପଣରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥି ତଥା ଖଣି ଓ ଶ୍ରମ ବିଭାଗର ବରିଷ୍ଠ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଶିରିଆବାହାଳ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରାକାର ବେହେରାଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ।

ଜିଲାର ଏକମାତ୍ର ବିଦ୍ୟାଳୟ ଭାବରେ ଶିରିଆବାହାଳ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ସମ୍ମାନରେ ସମ୍ମାନିତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହାରୀ ଖେଳି ଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବେହେରାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତା ପ୍ରଦାନ କରାଯାଇଥିଲା। ପ୍ରଧାନ ଶିକ୍ଷକଙ୍କ ଅକାନ୍ତ ପରିଶ୍ରମ ଯୋଗୁଁ ବିଦ୍ୟାଳୟ ପରିସର ବିଭିନ୍ନ ପ୍ରକାର ଜାତି ଜାତିର ଶୋ’ ଗଛ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଫୁଲ ଗଛ ତା’ସହିତ ଔଷଧିୟ ବୃକ୍ଷ ବିଦ୍ୟାଳୟର ସୌନ୍ଦର୍ଯ୍ୟତାକୁ ବଢାଇ ଚାଲିଛି। ବିଦ୍ୟାଳୟର ପରିବେଶକୁ ଆଗେଇ ନେବାକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସମେତ ପଞ୍ଚାୟତ କର୍ତ୍ତୃପକ୍ଷ, ମହିଳା ସ୍ୱୟଂ ସହାୟକ ଗୋଷ୍ଠି, ବ୍ଲକ ପ୍ରଶାସନ, ବନ ବିଭାଗ, ଶିକ୍ଷା ବିଭାଗଙ୍କ ଭୂମିକା ରହିଥିବାରୁ ସମସ୍ତଙ୍କୁ ପ୍ରଧାନ ଶିକ୍ଷକ ବଧେଇ ଜଣାଇଛନ୍ତି। ଜିଲାସ୍ତରରେ ଶିରିଆବାଳ ବିଦ୍ୟାଳୟ ଆଦର୍ଶ ବିଦ୍ୟାଳୟ ପୁରସ୍କାର ପାଇଥିବାରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ଦେଇ ବଧେଇ ଜଣାଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories