www.samajalive.in
Monday, December 15, 2025
16.1 C
Bhubaneswar

ପିପିଳିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତଙ୍କୁ ସ୍ୱାଗତ

ପାଟଣା: ପିପିଳିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଉକ୍ତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ନିରାକାର ସ୍ଵାଇଁ ସଭାପତିତ୍ବ କରିଥିଲେ। ସେ ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ଭାବରେ ନିଜ ଅଂଚଳର ନାଁ ରଖିବାକୁ ପ୍ରେରଣା ଦେଇଥିଲେ। +୩ ଅଧ୍ୟକ୍ଷ ଦୈତାରି ମହାନ୍ତ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ପ୍ରାଧ୍ୟାପକ ଅମିୟ କୁମାର ରାଉତ, ସତ୍ୟାନନ୍ଦ ପଣ୍ଡା, ଘନଶ୍ୟାମ ମହାନ୍ତ, ଚନ୍ଦ୍ର ଶେଖର ଭୂୟାଁ, ରତ୍ନାକର ମହାନ୍ତ, ସମୀର ସାହୁ, ଜତିନ୍ଦ୍ର ସାହୁ ଓ ପ୍ରାଧ୍ୟାପିକା ଅନୁସ୍ମିତା ପାଣିଗ୍ରାହୀ, କାଞ୍ଚନଲତା ସାହୁ, ରଶ୍ମିତା ପ୍ରୁଷ୍ଟି, ନିଜ ନିଜର ବକ୍ତବ୍ୟ ରଖିଥିଲେ। ଛାତ୍ର ଛାତ୍ରୀ ମାନେ ମଧ୍ୟ ସୁଚିନ୍ତିତ ମତ ଦେଇଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଅଲେଖ ପ୍ରସାଦ ସାହୁ ଓ ସଂସ୍କୃତ ଅଧ୍ୟାପକ ହେମନ୍ତ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦୁର୍ଗାଚରଣ ମହାନ୍ତ, ବୈଷ୍ଣବ ମହାନ୍ତ , ନନ୍ଦଲାଲ ମହାନ୍ତ, ଫକିର ମୋହନ ମହାନ୍ତ, ଜତିଶ ମହାନ୍ତ, ଜଗମୋହନ ମହାନ୍ତ, ପ୍ରଫୁଲ୍ଲ ମହାନ୍ତ, ମୁରଲି ନାଏକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories