www.samajalive.in
Sunday, December 14, 2025
23.1 C
Bhubaneswar

୨୪ରେ କଂଗ୍ରେସର ହାତ ଧରିବେ ୫ ଥରର ବିଧାୟକ ହୃଷୀକେଶ

ପାଟଣା: ଅଗଷ୍ଟ ୨୪ରେ ପୁନଃ କଂଗ୍ରେସର ହାତଧରିବେ ପାଟଣା ନିର୍ବାଚନ ମଣ୍ଡଳୀର ୫ ଥର ବିଧାୟକ ହୋଇଥିବା ପୂର୍ବତନ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୃଷୀକେଶ ନାଏକ। ଜୀବନର ୫ ଦଶନ୍ଧିରେ ପଦାର୍ପଣ କରିଥିବା ଶ୍ରୀ ନାଏକ ଏବେ ୮୨ ବର୍ଷରେ ପଦାର୍ପଣ କରିଥିବା ବେଳେ ୧୯୮୦ରେ ଲୋକଦଳ ଟିକେଟରେ ପ୍ରଥମ ଥର ବିଧାୟକ ହେବା ପରେ ଶ୍ରୀ ନାଏକ ୧୯୮୫ ଓ ୧୯୯୫ରେ ୨ ଥର କଂଗ୍ରେସ ଟିକେଟରେ ବିଧାନସଭାକୁ ଯାଇଥିଲେ। ୨୦୦୬ରେ ପ୍ୟାରୀମୋହନ ମହାପାତ୍ରଙ୍କ ଡାକରାରେ ବିଜୁ ଜନତା ଦଳରେ ଯୋଗ ଦେଇ ୨୦୦୯ ଓ ୨୦୧୪ରେ ସେ ବିଜୁ ଜନତା ଦଳ ଟିକେଟରେ ବିଧାନସଭାକୁ ଯାଇଥିଲେ। ସେ ଶେଷ ପାଳିରେ କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ମଧ୍ୟ ହାତେଇ ଥିଲେ ତେବେ ବିଜୁ ଜନତା ଦଳରୁ ୨୦୧୯ରେ ତାଙ୍କୁ ଲୋକସଭା ଟିକେଟ ଦିଆଯିବ ଅଥବା ରାଜ୍ୟସଭାକୁ ପଠାଯିବା ଆଶ୍ଵାସନା ଦେଇ ତାଙ୍କୁ ଦଳ ଭଣ୍ଡାଇ ଥିବାରୁ ସେ ଦଳପ୍ରତି ବିତସ୍ପୃତ ହୋଇ ପଡିଥିଲେ। ଏପରିକି ନିକଟରେ ସେ ଦଳରୁ ଇସ୍ତଫା ଦେଇଥିବା ପତ୍ର ଦଳର ସଭାପତିଙ୍କୁ ନିକଟକୁ ଡାକ ଯୋଗେ ପଠାଇ ଦେଇଥିଲେ। ତେବେ ସେ ଏବେ କଂଗ୍ରେସ ଦଳରେ ମିଶିବାକୁ ଆଗ୍ରହୀ ହୋଇ ଥିବାରୁ ଅଗଷ୍ଟ ୨୪ରେ ପାଟଣା ବ୍ଲକ ରାଜନଗର ଠାରେ ଦଳର ଏକ ମିଶ୍ରଣ ପର୍ବ କରାଇ ନିଜର ସମର୍ଥକ ମାନଙ୍କ ସହ କଂଗ୍ରେସରେ ମିଶିବେ ବୋଲି ସୂଚନା ଦେଇଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories