ଆଇସିସି ପକ୍ଷରୁ ଖାଦ୍ୟ ଓ ଆଗ୍ରୋ ସମ୍ମିଳନୀ
ଭୁବନେଶ୍ୱର: ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇସିସି), ଷ୍ଟାର୍ଟଅପ୍ ଓଡ଼ିଶା, ଏମ୍ଏସ୍ଏମ୍ଇର ମିଳିତ ସହଯୋଗରେ ଖାଦ୍ୟ ଓ ଆଗ୍ରୋ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଇସିସି ଓଡ଼ିଶା ପରିଷଦର ଚେୟାରମ୍ୟାନ ଜେ.ବି.ପାଣିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିଲା। ଆଇସିସି ଓଡ଼ିଶା ପରିଷଦ ଆଗ୍ରୋ ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିର ଆବାହକ ଶ୍ରୀରାମ ପଣ୍ଡା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ନାବାର୍ଡ଼ର ଚିଫ୍ ଜେନେରାଲ ମ୍ୟାନେଜର ଡ.ସୁଧାଂଶୁ କେ.କେ. ମିଶ୍ର ଯୋଗଦେଇଥିଲେ। ଆଇସିସିର ଚିଫ୍ ମେଣ୍ଟର ଡ.ପ୍ରଦୀପ ମହାନ୍ତି ଉପସ୍ଥିତ ଥିଲେ ।
ଓଡ଼ିଶାରେ ଷ୍ଟାର୍ଟଅପ୍ମାନଙ୍କୁ ସହଯୋଗ କରିବା ସହ ଖାଦ୍ୟ ଓ କୃଷି କ୍ଷେତ୍ର ପାଇଁ ଏକ ଇକୋ ସିଷ୍ଟମ ବିକଶିତ କରିବା ନିମନ୍ତେ ଆଲୋଚନା କରାଯାଇଥିଲା। ଏନେଇ ଆଇସିସିଓ ଓୟୁଏଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କିପରି ଓୟୁଏଟି ନିଜର ଏକାଡ଼େମିକ୍ ଓ ବୈଷୟିକ କ୍ଷେତ୍ରରେ ଉନ୍ନତି ଆଣିପାରିବା ସହ ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍ମାନଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରାଯାଇପାରିବ, ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଯେଉଁଥିରେ ଷ୍ଟାର୍ଟଅପ୍ରେ ଆର୍ଥିକ, ବେପାର ବଣିଜ ଓ ମାନବ ସମ୍ବଳ କିପରି ସୁଦୃଢ କରାଯାଇପାରିବ ଏହା ଉପରେ ଅତିଥିମାନେ ମତ ରଖିଥିଲେ। ଆଇସିସି ଓଡ଼ିଶା ପରିଷଦ ଆଗ୍ରୋ ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିର ସହ ଆବାହକ ସୁଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ଅଧିବେଶନରେ ଷ୍ଟାର୍ଟଅପ୍ରେ ଉନ୍ନତ କାର୍ଯ୍ୟ ସମ୍ପାଦନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଓୟୁଏଟି କୁଳପତି ପ୍ରଭାତ କୁମାର ରାଉଳ, ଏଏୟୁ ଇନୋଭେସନ ଫାଉଣ୍ଡେସନର ସିଇଓ ବରଦା ପ୍ରସନ୍ନ ପାଣିଗ୍ରାହୀ, ଓୟୁଏଟି ଡିନ ଏସ୍.କେ. ଦାଶ, ଫାର୍ମଏକ୍ସ ଟ୍ରେଡ଼ିଂ ପ୍ରା. ଲିଃର ସିଇଓ ସୁବାଷ ଚନ୍ଦ୍ର ପଟ୍ଟନାୟକ, ଆଇସିସି ଓଡ଼ିଶା ପରିଷଦ ଆଗ୍ରୋ ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିର ସହ ଆବାହକ ସୁଜନ ମହାନ୍ତି, ଜୀବ ବିଜ୍ଞାନ ସଂସ୍ଥାନର ସିଓଓ ନିବେଦିତା ଜେନା ଭାଗ ନେଇଥିଲେ।
ତୃତୀୟ ଅଧିବେଶନରେ ଆଇସିସି. ଭାଇସ୍ ଚେୟାରମ୍ୟାନ ରାଜୀବ ସାହୁ, ଆଇ.ସି.ସି. ର ମହିଳା ଉଦ୍ୟୋଗୀ ସଂଗଠନର ଆବାହିକା ତନୟା ପଟ୍ଟନାୟକ ଏବଂ ଶ୍ରୀରାମ ପଣ୍ଡାଙ୍କ ମଧ୍ୟରେ ଷ୍ଟାର୍ଟଅପ୍ ପାଇଁ ଆହ୍ୱାନ ଓ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆଇସିସି ଓଡ଼ିଶା ପରିଷଦର ଆଞ୍ଚଳିକ ମୁଖ୍ୟ ଜେପି ପାଲ୍ ଓ ଆଇସିସିର ଅନ୍ୟ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।
Comments are closed.