ଜଡିବୁଟି ଦିବସ ପାଳିତ

ସମ୍ବଲପୁର : ସମ୍ବଲପୁରର ହୀରାକୁଦ କଲୋନୀ ସ୍ଥିତ ନିଃଶୁଳ୍କ ପତଞ୍ଜଳି ଯୋଗ କେନ୍ଦ୍ର ଠାରେ ଶୁକ୍ରବାର ସକାଳ ସମୟରେ ଜଡିବୁଟି ଦିବସ ପାଳିତ ହୋଇଯାଇଛି। ଆର୍ୟୁବେଦ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଜନ୍ମ ଦିବସକୁ ସାରା ଦେଶରେ ଜଟିବୁଟି ଦିବସ ରୂପେ ପାଲନ କରାଯାଉଥିବା କ୍ରମରେ ସମ୍ବଲପୁର ଠାରେ ଯୋଗ ପ୍ରଶିକ୍ଷିକା ତଥା ଓଡ଼ିଶା ରାଜ୍ୟର ମହିଳା ପ୍ରଭାରୀ ଜେ. ଗିରିଜା ଦେବୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯୋଗାଭ୍ୟାସ ସହିତ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏହି ଦିବସ ପାଳନର ମହତ୍ୱ ଉପରେ ବକ୍ତା ମାନେ ଆଲୋକପାତ କରିବା ସହିତ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା। ଏହି ଅବସରରେ ନିମ୍ବ, ଅଁଳା, କରଞ୍ଜ, ପିଜୁଳି, ଗିଲୋଇ, ତୁଳସୀ, ଘି କୁଆଁରୀ ଆଦି ଚାରାରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ପଦ୍ମିନୀ ମୁଣ୍ଡା, ସୁଶାନ୍ତ ସାହୁ, ଅରୁଣ ବିହାରୀ, ଜୟନ୍ତ, ପଙ୍କଜିନୀ ରାଉତ, ଅଞ୍ଜନା ବାରିକ, ନୀଲମ ପ୍ରସାଦ, କଲ୍ୟାଣୀ ଚିନ୍ଦ୍ରା, ବିଶ୍ୱ ଚିନ୍ଦ୍ରା, ସଂଯୁକ୍ତା ଓରାମ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.