www.samajalive.in
Sunday, December 7, 2025
26.1 C
Bhubaneswar

ସୀମା ଭାରତରେ ପ୍ରବେଶ କରିବା ଘଟଣା : ୨ ସୁରକ୍ଷା କର୍ମୀ ନିଲମ୍ବିତ

କାଠମାଣ୍ଡୁ : ନେପାଳ ରାସ୍ତା ଦେଇ ଭାରତରେ ପଶିଥିବା ପାକିସ୍ତାନର ସୀମା ହାଇଦର ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର। ଏହି ଘଟଣାରେ ଭାରତ- ନେପାଳ ବର୍ଡରରେ ନିୟୋଜିତ ଏସ୍‌ଏସ୍‌ବିର ଜଣେ ଇନ୍ସପେକ୍ଟର ଓ ଜଣେ ଯବାନଙ୍କୁ ନିଲମ୍ବିତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଇନ୍ସପେକ୍ଟର ସୁଜିତ କୁମାର ବର୍ମା ଓ ହେଡ କନଷ୍ଟେବଳ ଚନ୍ଦ୍ର କମଲ କଲିତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରକାଶ ଯେ, ସୀମା ନିଜ ୪ ଛୁଆଙ୍କ ସହ ଏହି ରାସ୍ତାରେ ଭାରତରେ ପ୍ରବେଶ କରିଥିଲେ। ଗ୍ରେଟର ନୋଏଡାରେ ରହୁଥିବା ତାଙ୍କ ପ୍ରେମିକ ସଚିନଙ୍କ ନିକଟକୁ ଯାଇଥିଲେ। ସୀମାଙ୍କ ପ୍ରବେଶ ନେଇ ଏସଏସବି ବିଭାଗୀୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା। ଯାଞ୍ଚ ପରେ ପଡ଼ିଥିଲା ଯେ ଏଠାରେ ଦୁଇ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ଥିଲେ। ଏସବୁ ସତ୍ତ୍ବେ କେମିତି ସୀମା ପ୍ରବେଶ କଲେ। ବହୁ ଯାଞ୍ଚ ପରେ ଏହି ଦୁଇ ଜଣଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories