୧୫ ଟି ଜିଲାରେ ଜଳମିତ୍ରମାନଙ୍କର ପ୍ରଶିକ୍ଷଣ ପାଇଁ ୱାଲମୀ, ଓଡ଼ିଶାର ପଦକ୍ଷେପ
ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ରାଜ୍ୟରେ ଜଳ ସଂରକ୍ଷଣ ଓ ଜଳ ପରିଚାଳନା କ୍ଷେତ୍ରରେ ସହଯୋଗ ପାଇଁ ‘ସବୁଜ ଜଳବାୟୁ ପାଣ୍ଠି’ରେ ଚୟନ କରାଯାଇଥିବା ଓଡ଼ିଶାର ୧୫ଟି ଜିଲାରେ ଜଳମିତ୍ର ମାନଙ୍କର ପ୍ରଶିକ୍ଷଣ ପାଇଁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷକ ମାନଙ୍କର ଦକ୍ଷତା ଓ ବୈଷୟିକ ଜ୍ଞାନ ବୃଦ୍ଧି ନିମନ୍ତେ ଏକ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଆଜି ପ୍ରତାପନଗରୀ ସ୍ଥିତ ୱାଲମୀ ଠାରେ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥୀମାନଙ୍କୁ ଜଳ ସଂପଦ ବିଭାଗ ଅତିରିକ୍ତ ଶାସନ ସଚିବ ତଥା ପ୍ରକଳ୍ପ ନିର୍ଦ୍ଦେଶକ ରଶ୍ମୀରଞ୍ଜନ ନାୟକ ଏବଂ ନିର୍ଦ୍ଦେଶକ, ୱାଲମୀ ଦେବୀଦତ୍ତ ରମଣୀ ରଞ୍ଜନ ପଟ୍ଟନାୟକ ଉଦ୍ବୋଧନ ଦେଇଥିଲେ ।
ୱାଲମୀର ପ୍ରମୁଖ ପ୍ରଶିକ୍ଷଣ ସଂଯୋଜକ,ଡଃ ସୁଧନ୍ୱା ଚନ୍ଦ୍ର ପାତ୍ର, ନୋଡାଲ ଅଫିସର, ସବୁଜ ଜଳବାୟୁ ପାଣ୍ଠି ରଘୁନାଥ ମିଶ୍ର, ସହଯୋଗୀ ପ୍ରଧ୍ୟାପକ, ଓୟୁଏଟି ମହାମାୟା ପ୍ରସାଦ ନାୟକ ପ୍ରମୁଖ କାର୍ୟ୍ୟକ୍ରମର ପ୍ରଥମ ଦିନରେ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ପ୍ରଧ୍ୟାପକ, ୱାଲମୀ ଭାଗୀରଥି ପାତ୍ର ଏହି ଉଦଘାଟନ ଉତ୍ସବରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି ଏହି କାର୍ୟ୍ୟକ୍ରମ ଜରିଆରେ ରାଜ୍ୟରେ ବିଭିନ୍ନ ପଂଚାୟତସ୍ତରରେ ପ୍ରାୟ ୨୦ ହଜାର ଜଳମିତ୍ରଙ୍କୁ ପ୍ରଶିକ୍ଷଣ ଦିଆଯିବାର ପ୍ରାବଧାନ ରହିଛି।
Comments are closed.