ବୌଦ୍ଧ ଜିଲାରେ ବନ୍ୟା ପରିସ୍ଥିତି: ଜାତୀୟ ରାଜପଥ ଉପରେ ୩ ଫୁଟ ପାଣି, ଚାରିଛକ ମଧ୍ୟରେ ଯୋଗାଯୋଗ ବିଛିନ୍ନ

ବୌଦ୍ଧ : ଲଘୁଚାପ ଜନିତ ୨ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ବୌଦ୍ଧ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ ଓ ଶାଖାନଦୀ ଗୁଡିକର ପାଣି ଫୁଲିବାରେ ଲାଗିଛି। ଦୁଇକୂଳ ଖାଇ ମହାନଦୀ ପ୍ରବାହିତ ହେଉଥିବାରୁ ଲଗାଣବର୍ଷା ଯୋଗୁଁ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସଜାଗ ରହିବା ପାଇଁ ଓ ନଦୀଖଣ୍ଡିରେ ରହୁଥିବା ବସ୍ତି ବାସୀନ୍ଦାମାନଙ୍କୁ ନିର୍ଦେଶ ଦିଆଯାଇଛି। ଲଗାଣବର୍ଷା ଯୋଗୁଁ ଉପର ମୁଣ୍ଡରେ ତେଲ,ଖଡଙ୍ଗ ଓ ବାଘ ନଦୀ ଫୁଲୁଥିବାବେଳେ ତଳ ମୁଣ୍ଡରେ ରହୁଥିବା ଅଧିବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। ତେବେ ଜିଲ୍ଲାରେ ମହାନଦୀ ଓ ଶାଖାନଦୀ ଗୁଡିକର ଜଳସ୍ତର କମ ରହିଥିବାରୁ ଏହା ସାଧାରଣଲୋକଙ୍କ ପାଇଁ ଆଶ୍ୱସ୍ତିର ବିଷୟ ପାଲଟିଛି।

prayash

ଲଗାଣ ବର୍ଷା ଯୋଗୁଁ ଜମି ଗୁଡିକ ନଦୀର ଭ୍ରମ ସୃଷ୍ଟି କରୁଥିବାବେଳେ ବୌଦ୍ଧ ଚାରିଛକ ରାସ୍ତାର ଗାନ୍ଧୀଗ୍ରାମ ନିକଟରେ ଜାତୀୟ ରାଜପଥ ଉପରେ ୩ ଫୁଟ ବର୍ଷାଜଳ ପ୍ରବାହିତ ହେଉଥିବା ଜଣାଯାଇଛି। ଫଳରେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଯୋଗାଯୋଗ ବିଛିନ୍ନ ହେବା ସହିତ ଶହ ଶହ ସଂଖ୍ୟାରେ ଯାନବାହାନ ଉଭୟ ପାର୍ଶ୍ବରେ ଅଟକି ରହିଛି। ବର୍ଷାର ପରିମାଣ ନକମିଲେ ପରିସ୍ଥିତି ଅଣାୟତ ହେବାର ସମ୍ଭାବନା ଦେଖାଦେଇଛି। ମିଳିଥିବା ସୂଚନା ମୁତାବକ ଗତ ୧୨ ଘଣ୍ଟା ମଧ୍ୟରେ ବୌଦ୍ଧରେ ୧୭୩.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ମହାନଦୀରେ ଜଳସ୍ତର ବିପଦ ସଙ୍କେତ ୮୭.୮୦ ଥିବାବେଳେ ବର୍ତମାନ ମହାନଦୀର ଜଳସ୍ତର ୮୩.୩୮ ରହିଥିବା ଜଣାଯାଇଛି।

Comments are closed.