ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ଦଳଙ୍କ ଅନାସ୍ଥା ପ୍ରସଙ୍ଗ। ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜୁ ଜନତା ଦଳ। ଦିଲ୍ଲୀ ସର୍ଭିସ ଅଧ୍ୟାଦେଶକୁ ବିଜେଡି ସମର୍ଥନ କରିବ। ଏ ନେଇ ଦଳର ସାଂସଦମାନଙ୍କୁ ହୁଇପ ଜାରି କଲା ବିଜେଡି। ଆଲୋଚନାଦିନ ସଂସଦରେ ଉପସ୍ଥିତ ରହିବାକୁ ନିର୍ଦେଶ।

prayash

ଅଗଷ୍ଟ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ଲୋକସଭା ବାଚସ୍ପତି ଓମ ବିରଲା। ତିନି ଦିନ ଧରି ନୋକନଫିଡେନ୍ସ ମୋସନ ଉପରେ ଚର୍ଚ୍ଚା, ଆଲୋଚନା ହେବ । ଅଗଷ୍ଟ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଗୃହରେ ବିବୃତି ରଖିବେ। ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଦାବିରେ ବିରୋଧୀ ଅଟଳ ଥିବା ବେଳେ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବିରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି।

ଅପରପକ୍ଷରେ ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ। ସେହିପରି ଦିଲ୍ଲୀ ବିଧେୟକକୁ ସମର୍ଥନ କରିବ ଦଳ। ସେଥିପାଇଁ ଆଲୋଚନା ବେଳେ ଉଭୟ ରାଜ୍ୟସଭା ଓ ଲୋକସଭାରେ ସମସ୍ତ ବିଜେଡି ସାଂସଦକୁ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି।

Comments are closed.