ଭୁବନେଶ୍ବର ଏମ୍‌ସ ପାଚେରୀ ଭୁଶୁଡ଼ିଲା: ୩ ଆହତ, ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି

ଭୁବନେଶ୍ବର: ରାଜଧାନୀରେ ଲଗାଣ ବର୍ଷା ଯୋଗୁଁ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ) ପରିସର ପାଚେରୀ ଭୁଶୁଡ଼ି ପଡ଼ିଛି। ଲଗାଣ ବର୍ଷା ଫଳରେ ଭୁବନେଶ୍ବର ଏମ୍‌ସ ମେଡ଼ିକାଲ ପରିସର ପାଚେରୀ ଭୁଶୁଡ଼ି ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ଲଘୁଚାପ ପ୍ରଭାବରେ ରାଜଧାନୀରେ ୬ଘଣ୍ଟା ଧରି ଅବିଶ୍ରାନ୍ତ ଭାବେ ତୁହାକୁ ତୁହା ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଭୁବନେଶ୍ବର ଏମ୍‌ସ ଏୟାରପୋର୍ଟର ଜାଗମରା ପଟ ପାଚେରୀ ଭାଙ୍ଗିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଉଦ୍ଧାର ଅଗ୍ନିଶମ ବାହିନୀ ପହଞ୍ଚିଥିଲା। ଭୁଶୁଡ଼ି ପଡ଼ିଥିବା ପାଚେରୀ ଭିତରୁ ୩ଜଣଙ୍କୁ ଉଦ୍ଧାର କରି ଚିକିତ୍ସାପାଇଁ ଭୁବନେଶ୍ବର ଏମ୍‌ସ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲା।

prayash

ଭୁବନେଶ୍ବର ଡେପୁଟି ଫାୟାର ଅଫିସର କହିଛନ୍ତି ଯେ ଭୁବନେଶ୍ବର ଏମ୍‌ସ ପାଚେରୀ ଭୁଶୁଡ଼ି ପଡ଼ିବା ଖବର ପାଇବାକ୍ଷଣି ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା। ଭୁଶୁଡ଼ି ପଡ଼ିଥିବା ପାଚେରୀ ଭିତରୁ ଅଗ୍ନିଶମ ବାହିନୀ ପକ୍ଷରୁ ୩ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଉଦ୍ଧାର କରାଯାଇଥିବା ୩ଜଣଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଛି। ପାଚେରୀ ଭୁଶୁଡ଼ିଥିବା ସ୍ଥାନରେ ଆଉ କେହି ଅଛନ୍ତି କି ନାହିଁ ସେଥିନେଇ ଖୋଜାଖୋଜି ଜାରି ରହିଛିବୋଲି ସେ ପ୍ରକାଶ କରିଛନ୍ତି।

ଅରପକ୍ଷରେ ଭୁବନେଶ୍ବର ଏମ୍‌ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ ଲଗାଣ ବର୍ଷାରେ ପାଚେରୀ ଭୁଶୁଡ଼ି ପଡ଼ିବାରୁ ୨ଜଣ ଏମ୍‌ସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ଛାଡ଼ି ଦିଆଯାଇଛି।

Comments are closed.