ଜାଗା ଓ ଘର କରାଇ ଦେବା ନାମରେ ୧୯ ଲକ୍ଷ ଟଙ୍କା ଠକେଇ : କାର୍ଯ୍ୟରତ କିରାଣୀ ଗିରଫ

ଜି. ଉଦୟଗିରି : ସରକାରୀ ଚାକିରି କରାଇଦେବା ନାମରେ ୧୯ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ କାର୍ଯ୍ୟରତ କିରାଣୀକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଜିଲାର ଲଣ୍ଡେଇ ସାହି ସ୍ଥିତ ଅବିନାଶ ଆଚାର୍ଯ୍ୟ (୨୮)। ଅବିନାଶଙ୍କୁ ଭଞ୍ଜନଗର ପୁଲିସ ଗୋଆରୁ ଗିରଫ କରି ଅଦାଲତ ଚାଲାଣ କରିଛି । ସୂଚନା ଅନୁସାରେ, ଭୁବନେଶ୍ୱର ଧଉଳି ଅଞ୍ଚଳର ଜଗମୋହନ ସେଠୀ (୪୦) ଜି.ଉଦୟଗିରି ଅଦାଲତରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଅବିନାଶ ଆଚାର୍ଯ୍ୟ (୨୮) ଜି ଉଦୟଗିରି ଅଞ୍ଚଳରେ ଜାଗା ଓ ଘର କରାଇ ଦେବି କହି ୧୯ ଲକ୍ଷ ଟଙ୍କା ନେଇଥିବା ରବିବାର ଜି.ଉଦୟଗିରି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଏତଲାକୁ ଭିତ୍ତି କରି ନଂ ୯୯/୨୩ ଦଫା ୪୨୦ ନମ୍ବରରେ ମକଦ୍ଦମା ରୁଜୁ କରାଯାଇଛି। ଏ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ନିଜେ ଏହାର ତଦନ୍ତ ଦାୟିତ୍ୱ ଦେଇଥିବା ନେଇ ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କି ଗଞ୍ଜାମରେ ଚାକିରି କରାଇ ଦେବି କହି ୧୩ ଲକ୍ଷ, କନ୍ଧମାଳ ଜି ଉଦୟଗିରି ଅଞ୍ଚଳରେ ଜାଗା ଓ ଘର କରାଇ ଦେବି କହି ୧୯ ଲକ୍ଷ ଠକି ନେଇଥିବା ଜଣାପଡ଼ିଛି।

Comments are closed.