www.samajalive.in
Sunday, December 7, 2025
14.1 C
Bhubaneswar

କୁଲୁଥକାନୀ ଅଞ୍ଚଳର ସମସ୍ୟା ସମାଧାନ ଦାବି

ସମ୍ବଲପୁର : ସମ୍ବଲପୁରର କୁଲୁଥକାନୀ ଅଞ୍ଚଳରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବି ଅଞ୍ଚଳବାସୀ କରିଛନ୍ତି। ସୋମବାର ଅଞ୍ଚଳବାସୀ ଜିଲାପାଳଙ୍କୁ ପ୍ରଦାନ କରିଥିବା ଦାବି ପତ୍ର ଅନୁଯାୟୀ କୁଲୁଥକାନୀର ମାଉଲୀମା ମନ୍ଦିର ଗଳି ଅଞ୍ଚଳର ନିବାସୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଞ୍ଚଳରେ ରାସ୍ତା ଘାଟ ଗୁଡିକ ସରକାରଙ୍କ ତରଫରୁ ନିର୍ମାଣ କରାଯାଇଥିବା ବେଳେ ସେ ଗୁଡିକର ଅବସ୍ଥା ଶୋଚନୀୟ ହୋଇଥିବାରୁ ବର୍ଷ ତମାମ ଅଞ୍ଚଳରେ ଆବର୍ଜନା ଜଳ ଜମି ରହି କାଦୁଅ ପଚପଚ ରହୁଛି। ଅଞ୍ଚଳକୁ ପାନୀୟ ଜଳ ପାଇପ ଲଗାଯାଇଥିବାବେଳେ କିନ୍ତୁ ବାରମ୍ବାର ଦାବି ସତ୍ତ୍ବେ ଜଳ ଯୋଗାଣ କରାଯାଉନାହିଁ। ଅଞ୍ଚଳର ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବା ବେଳେ ଅଞ୍ଚଳକୁ ଆବର୍ଜନା ଗାଡି ମଧ୍ୟ ଯାଉନାହିଁ। ସ୍ୱେରେଜ ସଂଯୋଗ ମଧ୍ୟ ଅଞ୍ଚଳରେ କରାଯାଉନାହିଁ। ଏଣୁ ଅଞ୍ଚଳବାସୀ ନିୟମିତ ପରିମଳ, ରାସ୍ତା ଓ ପାନୀୟ ଜଳକୁ ନେଇ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ସେମାନେ ଦାବି କରିଛନ୍ତି। ଜିଲା ପ୍ରଶାସନକୁ ପ୍ରଦତ୍ତ ଦାବିପତ୍ରରେ ଅର୍ଜୁନ କୁମାର ସାହୁ, ଅଭୟ ପଣ୍ଡା, ଶିବ ଶଙ୍କର ସାହୁ, ଭିକାରୀ ଚରଣ ଷଡଙ୍ଗୀ, ନଟୱର ଲାଲ ଶର୍ମା, ରାଧାକାନ୍ତ ଷଡଙ୍ଗୀ, ପ୍ରବୀଣ କୁାମର ବୈଠାରୁ, ବସନ୍ତ କୁମାର ଜେନା, ଗୋକୁଳାନନ୍ଦ ସ୍ୱାଇଁଙ୍କ ସମେତ ଅନେକ ଅଞ୍ଚଳବାସୀଙ୍କ ଦସ୍ତଖତ ରହିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories