www.samajalive.in
Saturday, December 6, 2025
16.1 C
Bhubaneswar

ଥାଇରଏଡ଼ ରୋଗୀମାନେ କେଉଁ ଖାଦ୍ୟ ଖାଇବା ଉଚିତ ଓ ଅନୁଚିତ

ବର୍ତ୍ତମାନର ସମୟରେ ଥାଇରଏଡ଼ ରୋଗ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଚିନ୍ତା,ଖାଦ୍ୟରେ ଆୟୋଡ଼ିନର ମାତ୍ରା କମ୍‍ କିମ୍ବା ଅଧିକ ହେଲେ ଥାଇରଏଡ଼ ସମସ୍ୟା ଦେଖାଯାଇଥାଏ। ଏହା ବ୍ୟତୀତ ପରିବାରର କୌଣସି ସଦସ୍ୟଙ୍କୁ ଥାଇରଏଡ଼ ଥିଲେ ଅନ୍ୟ ସଦସ୍ୟଙ୍କୁ ହେବାର ଅଧିକ ସମ୍ଭାବନା ଥାଏ। ପୁରୁଷ ମାନଙ୍କ ତୁଳନାରେ ମହିଳାମାନେ ଏହି ରୋଗରେ ଅଧିକ ଆକ୍ରାନ୍ତ ହୋଇଥାଆନ୍ତି। ଥାଇରଏଡ଼ ଥିବା ରୋଗୀମାନେ କେଉଁ ଖାଦ୍ୟ ଖାଇବା ଉଚିତ ଓ ଅନୁଚିତ ଜାଣନ୍ତୁ ….
ଏହି ରୋଗୀମାନେ ନିୟମିତ ଏକ ଗ୍ଲାସ କ୍ଷୀର ପିଇବା ଉଚିତ। ଫଳ ମଧ୍ୟରେ ଆମ୍ବ,ତରଭୁଜ ଆଦି ଫଳ ଖାଇବା ଉଚିତ।
ନିୟମିତ ଗୋଟା ଡ଼ାଲଚିନି, ଅଦା, ରସୁଣ, ଧଳା ପିଆଜ ଖାଦ୍ୟଦ୍ରବ୍ୟରେ ପ୍ରୟୋଗ କରି ଖାଇବା ଉଚିତ।
ଖେଚେଡ଼ି ଖାଇବା ମଧ୍ୟ ଲାଭଦାୟକ ଅଟେ।
ଖାଦ୍ୟ ସାମଗ୍ରୀକୁ ନଡ଼ିଆ ତେଲରେ ରୋଷେଇ କରି ଖାଇବା ଉଚିତ।
ସକାଳ ସମୟର ଖରାରେ ନିୟମିତ ୧୦ ରୁ ୧୫ ମିନିଟ ରହିବା ମଧ୍ୟ ଲାଭଦାୟକ ଅଟେ।
ଯେଉଁ ଖାଦ୍ୟ ହଜମ ହେବାକୁ ଅଧିକ ସମୟ ନେଉଥାଏ, ଏହି ରୋଗୀ ମାନେ ଖାଇବା ଅନୁଚିତ।
ଅଧିକ ଥଣ୍ଡା ଜାତୀୟ ଖାଦ୍ୟଦ୍ରବ୍ୟ କିମ୍ବା ପାନୀୟ ଖାଇବା ଉଚିତ ନୁହେଁ।
ଅଧିକ ରାଗ, ମସଲା ଜାତୀୟ ଓ ବଜାରର ଖାଦ୍ୟଦ୍ରବ୍ୟ ଖାଇବା ଅନୁଚିତ।
ଦହି ଖାଇବା ଉଚିତ ନୁହେଁ।
ବାସୀ ଖାଦ୍ୟ ଖାଇବା ଅନୁଚିତ।
ପାଳଙ୍ଗଶାଗ, ବନ୍ଧାକୋବି, ଫୁଲକୋବି, ମୂଳା, ମକା,ଛେଳି ମାଂସ, ବିଟ ଆଦି ଅଧିକ ପରିମାଣରେ ଖାଇବା ଉଚିତ ନୁହେଁ।
ଅଧିକ ଶାରିରୀକ ପରିଶ୍ରମ କରିବା ଉଚିତ ନୁହେଁ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories