www.samajalive.in
Friday, December 5, 2025
20.1 C
Bhubaneswar

ଆମେରିକାରେ ଈହୁଦୀମାନେ ସର୍ବାଧିକ ଘୃଣା ହିଂସାର ଶିକାର

ୱାଶିଂଟନ୍‍: ଭିଡ଼ ହିଂସା, ଘୃଣା ହିଂସା ଓ ସାମ୍ପ୍ରଦାୟିକବାଦୀ ହିଂସା ଯୋଗୁଁ ବିଶ୍ୱ ଦରବାରରେ ଭାରତ ନିିନ୍ଦିତ ହେଉଛି। କିନ୍ତୁ ସବୁଠାରୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଦେଶ ଭାବେ ଅଭିହିତ ଆମେରିକାରେ ମଧ୍ୟ ଘୃଣା ଜନିତ ହିଂସା କମ୍‍ ନୁହେଁ। ୨୦୧୭ରେ ଆମେରିକାରେ ୮,୪୦୦ ଘୃଣା ହିଂସା ସଂଘଟିତ ହୋଇଛି।
ଏଫ୍‍ବିଆଇ ରିପୋର୍ଟ ଅନୁଯାୟୀ, ୨୦୧୭ରେ ଘୃଣା ଜନିତ ସୃଷ୍ଟ ହିଂସାରେ ଈହୁଦୀମାନେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଈହୁଦୀମାନଙ୍କ ବିରୋଧରେ ୧,୬୭୮ଟି ହିଂସାକାଣ୍ଡ ସଂଘଟିତ ହୋଇଥିବା ବେଳେ ମୁସଲିମ୍‍ ସମ୍ପ୍ରଦାୟ ବିରୋଧରେ ୩୧୪ଟି, ଶିଖ୍‍ ସମ୍ପ୍ରଦାୟ ବିରୋଧରେ ୨୪ଟି ଓ ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ୧୫ଟି, ବୌଦ୍ଧ ଧର୍ମାବଲମ୍ବୀଙ୍କ ବିରୋଧରେ ୯ଟି ହିଂସା ଘଟଣା ଘଟିଛି।
ଭାରତୀୟ ବଂଶୋଦ୍ଭବ ଆମେରିକା ସିନେଟର କମଳା ହାରିସ୍‍ଙ୍କ ଅଭିଯୋଗ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ରୂପେ ଦାୟିତ୍ୱ ଗ୍ରହଣ କରିବା ପରେ ଆମେରିକାରେ ରହୁଥିବା ଦକ୍ଷିଣ ଏସୀୟଙ୍କ ବିରୋଧରେ ଘୃଣା ହିଂସା ବଢ଼ିବାରେ ଲାଗିଛି।
ଗତ ବର୍ଷ ଫେବୃଆରୀରେ ମିଡ୍‍ୱେଷ୍ଟର୍ଣ୍ଣ ଆମେରିକାର କାନାସ୍‍ ନିବାସୀ ଭାରତୀୟ ବଂଶୋଦ୍ଭବ ଶ୍ରୀନିବାସ କୁଚିଭୋଟ୍‍ଲାଙ୍କୁ ହତ୍ୟା କରାଯାଇଥିଲା। ମାର୍ଚ୍ଚ ୨ରେ ଦକ୍ଷିଣ କାରୋଲିନାରେ ଭାରତୀୟ ବଂଶୋଦ୍ଭବ ହର୍ଣ୍ଣିସ୍‍ ପଟେଲ୍‍, ମାର୍ଚ୍ଚ ୩ରେ ଦୀପ ରାଇ ମଧ୍ୟ ହତ୍ୟାର ଶିକାର ହୋଇଥିଲେ। ଏଭଳି ବହୁ ମାମଲାକୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ବନ୍ଦ କରିଦିଆଯାଉଥିବା ବା ସରକାରୀ ଭାବେ ପଞ୍ଜିକରଣ ହେଉନଥିବାରୁ ପ୍ରକୃତ ପରିସଂଖ୍ୟାନ ଆସିପାରୁନଥିବା ଅଭିଯୋଗ ହେଉଛି। ତେଣୁ ବେସରକାରୀ ଭାବେ ଆମେରିକାରେ ହିଂସା ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହୋଇଥାଇପାରେ ବୋଲି କୁହାଯାଉଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories