www.samajalive.in
Sunday, December 14, 2025
14.1 C
Bhubaneswar

ବିମାନ ଉଡାଣ ପୂର୍ବରୁ ମଦ୍ୟପାନ ଅବସ୍ଥାରେ ଧରାପଡିଲେ ଏୟାର ଇଣ୍ଡିଆ ଅପରେସନ ନିର୍ଦ୍ଦେଶକ

ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ଏୟାର ଇଣ୍ଡିଆ ଅପରେସନ ନିର୍ଦ୍ଦେଶକ କ୍ୟାପଟେନ ଅରବିନ୍ଦ କାଠପାଲିଆଙ୍କୁ  ନିଲମ୍ବନ କରିଛନ୍ତି। କାରଣ ରବିବାର ଏୟାର ଇଣ୍ଡିଆ ଉଡାଣ ଭରିବା ସମୟରେ କ୍ୟାପଟେନ କାଠପାଲିଆଙ୍କୁ ମଦ୍ୟପାନ କରିଥିବା ଜଣାପଡିଥିଲା। ପରେ ସେ ବ୍ରିଥ୍‍ ଏନଲାଇଜର ବା ମଦ୍ୟପାନ ଯାଞ୍ଚରେ ଫେଲ ହୋଇଥିଲେ। ଯାହାଫଳରେ ତାଙ୍କୁ ୩ବର୍ଷ ପାଇଁ ନିଲମ୍ବନ କରାଯାଇଛି। ବର୍ତ୍ତମାନ କାଠପାଲିଆଙ୍କ ସ୍ଥାନରେ କ୍ୟାପଟେନ ଅମିତାଭ ସିଂକୁ ଅପରେସନ ଅଫ ଏୟାର ଇଣ୍ଡିଆର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ଏୟାର ଇଣ୍ଡିଆର ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଡିଜିସିଏ ନିୟମ-୨୪ ଅନୁସାରେ ବିମାନ ଚାଳକ ଦଳ ବିଗତ ୧୨ଘଣ୍ଟା ଭିତରେ  ମଦ୍ୟପାନ କରିନଥିବେ। ପ୍ରଥମ ଥର ପାଇଁ କୌଣସି ଚାଳକ ମଦ୍ୟପାନ କରିଥିିବା ମିଳିଲେ ତିନି ମାସ ପାଇଁ ତାଙ୍କ ଲାଇସେନ୍ସ ରଦ୍ଦ କରାଯିବ। ସେହିପରି ଦ୍ୱିତୀୟ ଥର ମିଳିଲେ ୩ ବର୍ଷ ଏବଂ ତୃତୀୟ ଥର ମିଳିଲେ ସମ୍ପୁର୍ଣ୍ଣ ଭାବେ ରଦ୍ଦ କରାଯିବାର ନିୟମ ରହିଛି। ସୂଚନାଯୋଗ୍ୟ ଯେ ୨୦୧୭ରେ ଡିଜିସିଏ କାଠପାଲିଆଙ୍କୁ ମଦ୍ୟପାନ କରିଥିବା ପାଇ ତାଙ୍କ ଲାଇସେନ୍ସକୁ ତିନି ମାସ ପାଇଁ ରଦ୍ଦ କରିଥିଲା।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories