www.samajalive.in
Friday, December 12, 2025
15.1 C
Bhubaneswar

ବଡ଼ସାହି : ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ବଡ଼ସାହି : ମଙ୍ଗଳବାର ବାଲିଯୋଡା ଜଗବନ୍ଧୁ ହାଇସ୍କୁଲ ପରିସରରେ ବଡ଼ସାହି ବ୍ଲକର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୁନି ବୈଜ୍ଞାନିକ ମୋଟ ୧୦୩ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ପ୍ରାଥମିକ ସ୍ତର(ଜୁନିଅର)ରେ ୨୮ଟି, ନିମ୍ନ ପ୍ରାଥମିକ ସ୍ତର(ସବଜୁନିଅର)ରେ ୪୨ଟି ଓ ଉଚ୍ଚପ୍ରାଥମିକ ସ୍ତର(ସିନିଅର)ରେ ୩୩ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପ୍ରାରମ୍ଭରେ ବିଜ୍ଞାନ ମେଳା ପତାକା ଉତ୍ତୋଳନ ସାଙ୍ଗକୁ ବିଇଓ ଦେବବ୍ରତ ବାରିକଙ୍କ ସଭାପତିତ୍ୱରେ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ଦାସ ମେଳାକୁ ଉଦ୍‍ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଜଗନ୍ନାଥ ସାହୁ, ସମ୍ମାନୀତ ଅତିଥି ଭାବେ ଏବିଇଓ ସୋମନାଥ ଦାସ, ପଦ୍ମଲୋଚନ ଦାସ ଓ ସଙ୍ଗଠନ ସମ୍ପାଦକ ବିଶ୍ୱବ୍ରତ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ। ବିଜ୍ଞାନ ମେଳା ଦ୍ୱାରା ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ହେବା ସହ ବୈଜ୍ଞାନିକ ମନୋଭାବକୁ ପରିପ୍ରକାଶିତ ହୋଇଥାଏ ବୋଲି ଅତିଥିମାନେ କହିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ସଚ୍ଚିନ୍ଦ୍ର ବିଶ୍ୱାଳ ପରିଚାଳନା କରିଥିଲେ। ଏମକେସି ସ୍କୁଲର ବିଜ୍ଞାନ ଶିକ୍ଷକ ଅମିତାଭ ମିଶ୍ର ଓ ଡ. ସରୋଜ ନାୟକ ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ। ବିସି ହାଇସ୍କୁଲ ମୂଷାଗଡିଆର ସୁଚିସ୍ମିତା ନାଏକ, ସରକାରୀ ଉପ୍ରା ସ୍କୁଲ ଗୌଡଶୋଳର ଭରତ ଚନ୍ଦ୍ର ନାଏକ, ସରକାରୀ ଉପ୍ରା ସ୍କୁଲ ସବିତା ନାଏକ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର ବଡ଼ସାହିର ଗାୟତ୍ରୀ ରାଉତ ଓ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଛେଳିଆ(କ)ର ହିତେଶ ଛାଟିଆ ପ୍ରମୁଖ ୫ଜଣଙ୍କ ପ୍ରକଳ୍ପ ଜିଲାସ୍ତରକୁ ମନୋନୀତ ହୋଇଥିଲା। ବିଆରସିସି ବାବାଜୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଭାରତ ଶିକ୍ଷାରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ସ୍ମାରକୀ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ। ବ୍ଲକର ସମସ୍ତ ଶିକ୍ଷକ ସଂଘର ନେତୃବୃନ୍ଦ ମେଳା ପରିଚାଳନାରେ ସହଯୋଗ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories