www.samajalive.in
Sunday, December 7, 2025
26.1 C
Bhubaneswar

ମଦ୍ୟପ ଶିକ୍ଷକ ନିଲମ୍ବିତ ଘଟଣା : ଗୋଷ୍ଠୀ ଶିକ୍ଷା ବିଭାଗ ନୋଟିସରେ ଓଡ଼ିଆ ଭାଷା ବିକୃତ

ଲଡୁଗାଁ : ଓଡ଼ିଆରୁ ଇଂରାଜୀ ହେଉ କି ଇଂରାଜୀରୁ ଓଡ଼ିଆ। ମନଇଚ୍ଛା ଅନୁବାଦ କରିବାରେ ଏମାନେ ସିଦ୍ଧହସ୍ତ। ଓଡ଼ିଆ ଭାଷାକୁ ତ ଏମାନେ ଏ ଯାଏ ସରକାରୀ କଳର ଭାଷା ଭାବେ ବ୍ୟବହାର କରିପାରିଲେନି ବରଂ ଭାଷାକୁ ବିକୃତ କରିବାର କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। କିଛି ଦିନ ତଳେ କଳାହାଣ୍ଡି ଜିଲା ଲଡୁଗାଁ ପଞ୍ଚାୟତ ଘନାଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଦ୍ୟପ ଶିକ୍ଷକଙ୍କ ଭିଡିଓ ଭାଇରାଲ୍ ଘଟଣା ଖବର ପ୍ରକାଶ ପାଇଥିଲା। ଏ ନେଇ କୋକସରା ଗୋଷ୍ଠୀ ଶିକ୍ଷା ବିଭାଗରୁ ଅଧିକାରୀମାନେ ତଦନ୍ତ କଲେ । ଶିକ୍ଷାଦାନରେ ଅବହେଳା ଯୋଗୁଁ ସହକାରୀ ଶିକ୍ଷକ ଭୋଜରାଜ ଶବରକୁ ନିଲମ୍ବିତ କରାଯିବା ପାଇଁ ଏକ ନୋଟିସ୍ ଜାରି କରାଗଲା। ହେଲେ କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଦ୍ବାରା ଜାରି ହୋଇଥିବା ନୋଟିସରେ ଓଡ଼ିଆ ଭାଷା ଅତ୍ୟନ୍ତ ବିକୃତ ଭାବେ ଛପାଯାଇଥିବା ଦେଖିବାକୁ ମିଳିଥିଲା । ଓଡ଼ିଆ ଲେଖା ଏମିତି ବିକୃତ ହୋଇଛି ଯେ ସବୁ ମାତ୍ରା ଏପଟ ସେପଟ । ନୋଟିସରେ ଲେଖାଥିବା ଭାଷା ଓଡ଼ିଆ କିମ୍ବା ଅନ୍ୟ କିଛି ଥିଲା ତାହା ବୁଝି ହେଉନାହିଁ । ବାକ୍ୟ ବୁଝିବାକୁ ନାକେଦମ ହେବାକୁ ପଡୁଛି । କେଉଁଠି ‘ଶିକ୍ଷା ’ ବଦଳରେ ‘ଶିକ୍ ଷା’ ଲେଖାଯାଇଛି ତ ଆଉ କେଉଁଠି କଳାହାଣ୍ଡି ’ ବଦଳରେ ‘କଳାହାଣ୍ ଡି’ ଲେଖାଯାଇଛି। ଏମିତି ଅନେକ ଜାଗାରେ ତ୍ରୁଟି ପରିଲକ୍ଷିତ ହୋଇଛି । ଏସବୁ ହେଲା ଆମ ସରକାରୀ ବାବୁମାନଙ୍କର ଭାଷା ଜ୍ଞାନ। ଯାହାକୁ ନେଇ ସାହିତ୍ୟିକ, ଭାଷାବିତ୍‌ ତଥା ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories