ଶ୍ରେଷ୍ଠ ୧୫୦ ବିଶ୍ୱବିଦ୍ୟାଳୟ ତାଲିକାରେ ବମ୍ବେ ଆଇଆଇଟି

ନୂଆଦିଲ୍ଲୀ : କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ବିଭିନ୍ନ ମାପଦଣ୍ଡ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଏହି ର଼୍ୟାଙ୍କିଙ୍ଗରେ ଆଇଆଇଟି ବମ୍ବେ ବିଶ୍ୱର ଶ୍ରେଷ୍ଠ ୧୫୦ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଛି। ଆଇଆଇଟି ବମ୍ବେ ୧୪୯ତମ ସ୍ଥାନ ପାଇଛି। ୨ୟ ସ୍ଥାନରେ ଆଇଆଇଟି ଦିଲ୍ଲୀ ରହିଛି। ଗତ ୮ ବର୍ଷ ମଧ୍ୟରେ ତାଲିକାରେ ପ୍ରଥମ ଥର ପାଇଁ ଏକ ଭାରତୀୟ ପ୍ରତିଷ୍ଠାନ ଶ୍ରେଷ୍ଠ ୧୫୦ରେ ସ୍ଥାନିତ ହୋଇଛି । ଏହାପୂର୍ବରୁ ୨୦୧୬ ମସିହାରେ, ଆଇଆଇଏସସି ବାଙ୍ଗାଲୋର ୧୪୭ତମ ମାନ୍ୟତା ପାଇଥିଲା। ତେବେ ୧୧ଟି ଭାରତୀୟ ପ୍ରତିଷ୍ଠାନ ବିଶ୍ୱର ଶ୍ରେଷ୍ଠ ୫୦୦ ଅନୁଷ୍ଠାନ ମଧ୍ୟରେ ସ୍ଥାନିତ ହୋଇଥିବା ଜଣାପଡ଼ିଛି।

Comments are closed.